EnewsOdia.Com

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

ଦିଲ୍ଲୀ ରାଜପଥରେ ଚାଲିଛି ‘ହୁନର ହାଟ’। ଏଠାରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ସହ ଭରତର ବିଭିନ୍ନ ପ୍ରାନ୍ତର ଖାଦ୍ୟ ମଧ୍ୟ ମିଳିଛି। ଫେବୃଆରୀ ୧୩ ତାରିଖ ଦିନ ଉଦଘାଟିତ ଏହି ପ୍ରଦର୍ଶନୀ ଏଠାରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଏହାର ଥିମ ରହିଛି ‘କୌଶଳକୁ କାମ’। ଏହି ‘ହୁନର ହାଟ’କୁ ଗତକାଲି ଅଚାନକ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକବି ମଧ୍ୟ ସାମିଲ ଥିଲେ। ହୁନର ହାଟ‌ରେ ମୋଦି ବ୍ୟବସାୟୀ ଏବଂ ଶିଳ୍ପକାରଙ୍କ ସହ କଥା ହେବା ସହ ମଧ୍ୟାହ୍ନଭୋଜନରେ ଲିଟ୍ଟି ଚୋଖା ଖାଇଥିଲେ ଏବଂ ମାଟି କପ୍‌ରେ ଚା’ ପିଇଥିଲେ। ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ସେଠାରେ କିଛି ସମୟ ଅଟକିଗଲେ ମୋଦି।

ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍‌ ବୁଲି ଦେଖିଥିଲେ। ତାରକସି କାମକୁ ପ୍ରଶଂସା ବି କରିଥିଲେ। ସେଠାରେ ସେ ସ୍ୱାଦିଷ୍ଟ ଲିଟ୍ଟି ଚୋଖା (ବିହାରର ଏକ ଲୋକପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ) ଖାଇ ଥିଲେ। ଏହାର ଫଟୋ ମୋଦି ତାଙ୍କର ଟ୍ୱିଟର ହାଣ୍ଡେଲ୍‌ରେ ଶେୟାର କରିଛନ୍ତି। ଏହାର ଫଟୋସବୁକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି।
ପଢନ୍ତୁ: ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ସମ୍ବନ୍ଧିତ ଖବର

ଆପତ୍ତିଜନକ ବିଜ୍ଞାପନ ଉପରେ ଲାଗିବ ରୋକ

Ratnamani Maharana

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

Ratnamani Maharana

ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

Ratnamani Maharana

ବୁଲବୁଲ ପାଇଁ ସତ୍ୟବାଦୀ ବ୍ଲକ୍ ବାଗଲପୁରରେ ଚାଲିଛି ସଙ୍କୀର୍ତ୍ତନ

Ratnamani Maharana

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

Ratnamani Maharana

ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍

Ratnamani Maharana