30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ଶେଷଥର ପାଇଁ ଭୋଟରଙ୍କ ଦୁଆରକୁ ଯିବେ ପାର୍ଥୀ

ଆଜି ଶେଷଥର ପାଇଁ ଭୋଟରଙ୍କ ଦୁଆରକୁ ଯିବେ ପାର୍ଥୀ। କାରଣ ଆଜି  ସନ୍ଧ୍ୟାରେ ହିଁ ସରିଯାଉଛି ପ୍ରଚାର ଅବଧି । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି ।ଗତକାଲି  ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଡେଲାଙ୍ଗର ଚାଇଁପୁର ପଞ୍ଚାୟତରେ ପ୍ରଚାର କରିଥିଲେ । ଗୋବିନ୍ଦପୁର ହାଟସାହି ପମସରା ପଞ୍ଚାୟତରେ ମହିଳା ସମାବେଶ କରି ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ବଖାଣିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଡେଲାଙ୍ଗର ବେରବୋଇ, ମୁନିଦା ଆଦି ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନିଂ କରିଥିଲେ । ତାଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ ।

 

ତେବେ ଏଠାରରେ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ କରାଯିବ । ଅକ୍ଟୋବର ୩ରେ ହେବ ଭୋଟ୍‌ ଗଣତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ଏଠାରେ ଉପନିର୍ବାଚନ କରାଯାଉଛି । ତେବେ ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହେବା ଯୋଗୁଁ ଉପନିର୍ବାଚନ ଘୁଞ୍ଚିଥିଲା । ପରେ କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା । ଏବେ ମହାମାରୀ ସ୍ଥିତି ଟିକେ ଥମିବା ପରେ ପୁଣି ନିର୍ବାଚନ କରାଯାଉଛି । ପୂର୍ବଥର ନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ୨୯ ଏପ୍ରିଲ୍‌ରୁ ମେ ୩ ଯାଏଁ ପ୍ରଚାର ହୋଇଥିଲା । ତେଣୁ ପ୍ରାର୍ଥିମାନଙ୍କୁ ଏଥର ପ୍ରଚାର ଲାଗି ହାତରେ ପ୍ରାୟ ସପ୍ତାହେ ସମୟ ରହିଥିଲା । ୨୦ ତାରିଖରୁ ପ୍ରଚାର ଆରମ୍ଭ ହୋଇଥିଲା, ଭୋଟଗ୍ରହଣର ୭୨ ଘଣ୍ଟା ପୂର୍ବରୁ ସରିବ ବୋଲି ମଧ୍ୟ କୁହାଯାଇଥିଲା ।

ପଢନ୍ତୁ: ୩୦ ଯାଏ ବୃଦ୍ଧି ହେଲା ଯୁକ୍ତ୩ ନାମଲେଖା ଅବଧି

Related posts

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଦଳିବ ପାଗ

Ratnamani Maharana

କାରୋନା ପାଇଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

Ratnamani Maharana

ସୁନ୍ଦରଗଡ ଜିଲ୍ଲାପାଳଙ୍କ ଆବାସ ଏବେ ବହି ବଗିଚା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More