POLITICALS

ପ୍ରଦୀପ ମହାରଥୀଙ୍କ ଗୁଣ୍ଡାରାଜ: ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ଆକ୍ରମଣ

ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ ବେଳେ ମାଜିଷ୍ଟ୍ରେଟ୍‌ଙ୍କୁ ଗୋଡାଇ ପିଟିଲେ ପ୍ରଦୀପ ମହାରଥୀ

ନିର୍ବାଚନ ପରିପ୍ରେକ୍ଷୀରେ ବେଆଇନ ମଦ  କାରବାର ନେଇ ଚଢାଉ କରିବାକୁ ଯାଇଥିବା ଏକ ଫ୍ଲାଇଙ୍ଗ ସ୍ଵାଡ  ଟିମକୁ ରାଜନୈତିକ ଦଳର କିଛି ସମର୍ଥକମାନେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ସମର୍ଥକମାନେ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ପ୍ରଦୀପ ମହାରଥିଙ୍କ ସମର୍ଥକ। ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଭୋଟର୍‌ଙ୍କୁ ଆପ୍ୟାୟିତ କରିବା ପାଇଁ ଭୋଜିଭାତର ଆୟୋଜନ କରିଥିଲେ। ଏଥିସହ ସେଠାରେ ଟଙ୍କା ବଣ୍ଟାଯିବାର ମଧ୍ୟ ଯୋଜନା ରହିଥିଲା। ଖବର ପାଇ ମିଳିତ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫଳରେ ସମ୍ପୃକ୍ତ ନେତାଙ୍କ ସମର୍ଥକମାନେ ଟିମ୍‌ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଦୁଇଟି ଭିଡିଓ କ୍ୟାମେରାକୁ  ପିଟି ଭାଙ୍ଗି ଦେଇଛନ୍ତି। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ  ଅଭିଯୋଗ କରିଛନ୍ତି।

 

ଏଥିରେ ତିନି ଟିମ୍‌ର ୫ଜଣ ସଦସ୍ୟ  ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପିପିଲି ‌ପୁଲିସ ସହ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି।

ପଢନ୍ତୁ: ଶ୍ରୀଲଙ୍କାରେ ନରସଂହାର: ୨୧୫ ମୃତ, ୪୫୦ରୁ ଉର୍ଦ୍ଧ ଆହତ

Related posts

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ENO Beuro

ମୋଦି-ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ!

ENO Beuro

ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

ENO Beuro

Leave a Comment