News

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

By ENO Beuro

October 24, 2017

ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଫିରୋଜଶାହା କୋଟଲା ଷ୍ଟାଡିୟମର ଗୋଟିଏ ନମ୍ବର ୨ଗେଟକୁ ଭାରତୀୟ କ୍ରିକେଟ ଦଳର  ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ଏହି ଶୁଭ କାମ ଅକ୍ଟୋବର ୩୧ରେ ହେବାକୁ ଥିବା ବେଳେ ନଭେମ୍ବର ୧ରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ।

ଡିଡିସିଏ ପ୍ରଶାସକ ଅବସରପ୍ରାପ୍ତ ବିଚାରପତି ବିକ୍ରମଜିତ ସିଂହ ବୟାନରେ କହିଛନ୍ତି ଯେ ପୂର୍ବତନ ପ୍ରବନ୍ଧନ ସେହ୍ଵାଗଙ୍କ ଉପଲବ୍ଧିକୁ ଧ୍ୟାନରେ ରଖି ଏହି ନିସ୍ପତି ନିଆଯାଇଛି । ଦିଲ୍ଲୀ ଟିମରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିବା କ୍ରିକେଟରଙ୍କ ଯୋଗଦାନଙ୍କୁ ମାନ୍ୟତା ଦେବା ପାଇଁ ଅନେକ କାର୍ୟ୍ୟ ଆରମ୍ଭ କରାଯିବ ଏବୋଂ ଅନ୍ୟ ପ୍ରସିଦ୍ଧ ଖେଳାଳିଙ୍କ ନାମ ଚୟନ କରିବା ଏବଂ ସୁପାରିଶ କରିବା ପାଇଁ ଡିଡିସିଏ ଙ୍କ ତତ୍ଵାବଧାନରେ ଏକ କମିଟି ଗଠନ କରାଯାଇଛି ।

ପଢନ୍ତୁ, ଓଡିଆର ଜଣାଶୁଣା କଳାକାର ସଂବିତ ଆଚାର୍ଯ୍ୟ ଙ୍କ ତେଲୁଗୁ ସିନେମା ଲାଲିଜୋ ଲାଲିଜୋ ମୁକ୍ତି ପ୍ରତୀକ୍ଷାରେ