SPORTS

ଏଥର ଆଇପିଏଲ ଇନିଂସ୍ ଓପନ୍ କରିବେ ରୋହିତ ଶର୍ମା

ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ କରିବେ ରୋହିତ ଶର୍ମା…

ଆସୁଛି ଆଇପିଏଲ୍‌। ଦ୍ବାଦଶ ଥର ପାଇଁ ଲାଗିବାକୁ ଯାଉଛି ଟ୍ବେଣ୍ଟି-୨୦ର ମହାମେଳା। ଫଟାଫଟ୍ କ୍ରିକେଟ୍‌ର ଏହି ଚର୍ଚିତ ଏବଂ ଲୋକପ୍ରିୟ ମହାକୁମ୍ଭକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉତ୍ସାହିତ।  ଆଇପିଏଲରେ ମୁମ୍ବାଇ  ପାଇଁ ଓପନିଂ ସବୁଠାରୁ ବଡ଼ ସମସ୍ୟା ରହିଆସିଛି। ବହୁ ବାଦବିବାଦ ପରେ ମୁମ୍ବାଇ ଦଳର ଇନିଂସ୍ ଓପନର ଭାବେ ବାଛିଛନ୍ତି ରୋହିତ ଶର୍ମା । ଏହା ଖୋଦ୍ ରୋହିତ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ରୋହିତ ଅଧିକାଂଶ ସମୟରେ ମୁମ୍ବାଇ ପକ୍ଷରୁ ମଧ୍ୟକ୍ରମରେ ବ୍ୟାଟିଂ କରିଆସୁଥିଲେ ରୋହିତ।

ରୋହିତ କହିଛନ୍ତିକି ଏହି ବର୍ଷ ମୁଁ ପ୍ରତି ମ୍ୟାଚ ଓପନ୍ କରିବି। ଆଗକୁ ବିଶ୍ୱକପ୍ ଥିବାରୁ ଓପନ୍ କରିବା ମୋ ପାଇଁ ଭଲ ରହିବ। ଓପନିଂରେ ମୁଁ ଅଧିକ ସଫଳତା ହାସଲ କରିଛି। ମଧ୍ୟକ୍ରମରେ ଆମ ପାଖରେ କିଛି ଅଭିଜ୍ଞ  ଖେଳାଳି ଅଛନ୍ତି ଏବଂ ଏହି କାରଣରୁ ମୋତେ ଶୀର୍ଷ ଖେଳିବା ସହଜ ହେବ। ଚଳିତ ସଂସ୍କରଣରେ ମୁମ୍ବାଇ ଦଳରେ ଯୁବରାଜ ସିଂହ ଅଛନ୍ତି ତାଙ୍କ ଉପସ୍ଥିତି ଦଳ ପାଇଁ ଲାଭଦାୟକ ହେବ। ଯୁବିଙ୍କ ଉପରେ ମଧ୍ୟକ୍ରମ ନିର୍ଭର କରିବ। ଏହାଛଡ଼ା ଦଳରେ କ୍ୱିଣ୍ଟନ୍ ଡି’କକ, ଏଭିନ୍ ଲୁଇସ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ୍  ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି।
ପଢନ୍ତୁ: ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସରେ ଥିମ ଓ ଅନ୍ଦ୍ରିସ୍କୁ ସିଙ୍ଗିଲ୍ସ ଚମ୍ପିୟାନ

Related posts

ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ENO Beuro

ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ

ENO Beuro

ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଶତକ: ମିଳିଲା ବେଷ୍ଟ ରେକର୍ଡ ଓପନିଂ ପାର୍ଟନରଶିପର ଟ୍ୟାଗ

Ratnamani Moharana

Leave a Comment