News

କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା: ୫୦ ମୃତ ଦେହ ଉଦ୍ଧାର

କାଠମାଣ୍ଡୁରେ ବଡ ଧରଣର ବିମାନ ଦୁର୍ଘଟଣା

ନେପାଳ କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବାଲାଂଦେଶୀ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ୨୦ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ୧୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଯାତ୍ରୀ ବାଂଲାଦେଶର ନାଗରିକ।

ମିଳିଥିବା ସୂଚନା ଅନୁସାରେ,ଅପରାହ୍ନରେ ୬୭ ଜଣ ଯାତ୍ରୀଙ୍କୁ ଧରି ୟୁଏସ୍‌- ବାଂଲା ଏୟାରଲାଇନ୍‌ସର ଏହି ବିମାନଟି ବାଂଲାଦେଶର ରାଜଧାନୀ ଢ଼ାକାରୁ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମେୁଖେ ଉଡ଼ାଣ ଭରିଥିଲା। ତେବେ, ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କଲାବେଳେ ଭାରସାମ୍ୟ ରକ୍ଷା କରି ନପାରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିବା ୧୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରା ଯାଇଥିବା ଅନ୍ୟ ଯାତ୍ରୀମାନଙ୍କ ସଂପର୍କରେ କିଛି ଖବର ମିଳିପାରି ନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି କାଠମାଣ୍ଡୁ ବିମାନ ବନ୍ଦରର ପ୍ରବକ୍ତା ବୀରେନ୍ଦ୍ର ପ୍ରସାଦ ଶ୍ରେଷ୍ଠ।

ପଢନ୍ତୁ;ଶ୍ରୀଦେବୀଙ୍କ କକା ବେଣୁଗୋପାଳ ରେଡି କହିଲେ ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା

Related posts

ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ !

ENO Beuro

ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

ENO Beuro

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment