30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ

ଦୁଇ ମହଲା ବିଲ୍ଡିଂରେ ପିଟି ହେଲା କାଜାକିସ୍ତାନ ବିମାନ

କାଜାକିସ୍ତାନର ଅଲ୍‌ମାଟୀ ସହର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଅଲ୍‌ମାଟୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବିମାନରେ ୧୦୦ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ବିମାନବନ୍ଦର ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସକାଳ ୭: ୨୨ ସମୟରେ ଅଲ୍‌ମାଟି ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ସମୟରେ ବେକ୍‌ ଏୟାର୍‌ର ବିମାନଟି ତଳକୁ ଖସି ଗୋଟାଏ ଦୁଇ ତାଲା କୋଠା ଉପରେ ପଡ଼ିଯାଇଥିଲା। ପାଞ୍ଚ ଜଣ କ୍ରୁ’ ମେମ୍ବର୍‌ଙ୍କ ସହ ସେ ବିମାନରେ ୯୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ବିମାନଟି ଚୁରମାର ହୋଇଯାଇଛି। ସୌଭାଗ୍ୟବଶତଃ ଅଧିକାଂଶ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ, ଏହି ଘଟଣା ଘଟିବା ସମୟରେ ବିମାନଟି ପ୍ରାୟତଃ କମ୍‌ ଉଚ୍ଚତାରେ ଉଡ଼ୁଥିଲା। ଯେଉଁଥିପାଇଁ ଏହା ବିଲ୍ଡିଂରେ ଯାଇ ପିଟି ହୋଇ କ୍ରାଶ୍‌ ଅର୍ଥାତ୍‌ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।

ପଢନ୍ତୁ: କୋଣାର୍କ ବୁଲିନପାରି ଫେରିଲେ ପର୍ଯ୍ୟଟକ

Related posts

କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

Ratnamani Maharana

ଦେଶର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ମୁୁକୁନ୍ଦ ନରଭାଣେ

Ratnamani Maharana

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମିଳିଲା ନାରୀ ଶକ୍ତି ପୁରସ୍କାର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More