News

ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର ଚାଲିଛି ! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍‌ ହାତରେ ଏକ ବଡ଼ ସୁରାକ୍‌ ଲାଗିଛି। ଯାହାକୁ ନେଇ ଖୁଲାସା ହୋଇଛି। ଏ ସମ୍ପର୍କିତ ଏକ ଚିଠିକୁ ପୁଣେ ପୋଲିସ ଉଦ୍ଧାର କରିଛି। ଏପ୍ରିଲ ୧୮ ତାରିଖରେ ରାଣା ଜାକବଙ୍କ ଦ୍ୱାରା କମ୍ରେଡ୍ ପ୍ରକାଶକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି କି, ହିନ୍ଦୁ ପ୍ରଥାକୁ ହରାଇବା ବର୍ତମାନ ଜରୁରୀ ହୋଇପଡିଛି । ମୋଦୀଙ୍କ ତତ୍ୱାବଧାନରେ ହିନ୍ଦୁଧର୍ମ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଦରକାର ବୋଲି ଚିଠିରେ ଉଲ୍ଲେଖ ହୋଇଛି।

ହିନ୍ଦୁ ରୁଢ଼ିବାଦୀଙ୍କୁ ଶେଷ କରିବା ମାଓବାଦୀଙ୍କ ଲକ୍ଷ୍ୟ ବୋଲି ଏହି ଚିଠିରେ ଲେଖାଅଛି।

କୁହାଯାଇଛି କି, ଯଦି ଏପରି ହୁଏ ତେବେ ଆତ୍ମଘାତୀ ଆକ୍ରମଣ ହେବ ଏବଂ ଏଥି ପାଇଁ ତାଙ୍କ ପାଖରେ ସୁଯୋଗ ମଧ୍ୟ ରହିଛି । ମୋଦୀଙ୍କ ରୋଡ୍ ସୋକୁ ଟାର୍ଗେଟ୍ କରିବା ସହଜ ହେବ ବୋଲି ଚିଠିରେ ଦର୍ଶାଯାଇଛି।

ପଢନ୍ତୁ; ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ

Related posts

ରସାୟନ ବିଜ୍ଞାନରେ ୩ଜଣଙ୍କୁ ନୋବେଲ ପୁରସ୍କାର

ENO Beuro

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

ଏସ୍‌ବିଆଇ ‘ଫନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଦେବ ଋଣ

Ratnamani Moharana

1 comment

Leave a Comment