News

ଆଜିଠୁ ରାଜ୍ୟର ୬ଟି ସହରରେ ପିଲିଥିନ ବ୍ୟାନ

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପୁରୀରେ ଲାଗୁ

ମହାତ୍ମଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ରାଜ୍ୟରେ ପ୍ରମୁଖ ସହରଗୁଡ଼ିକ ପଲିଥିନ ବ୍ୟାନ ହେବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, କଟକ ଓ ରାଉରକେଲା ମହାନଗର ନିଗମ ସହ ପୁରୀ ମ୍ୟୁନିସିପାଲଟିରେ ପଲିଥିନ ବ୍ୟାନ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରାଯିବ । ସେହିପରି ଛୋଟ ଛୋଟ ବ୍ୟବସାୟଙ୍କ ପାଇଁ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ମ୍ୟୁନିସିପାଲ ଆଇନ ଆଣିବେ। ସେହିପରି ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।

plastic ବ୍ୟାନ ଆଜିଠୁ ରାଜ୍ୟର ୬ଟି ସହରରେ ପିଲିଥିନ ବ୍ୟାନ plastic

ବ୍ୟାନ୍ ଲାଗୁ ହୋଇଥିବା କଟକ, ଭୁବନେଶ୍ୱର ସମେତ ୫ଟି ମହାନଗର ନିଗମ ଏବଂ ପୁରୀ ମୁନିସିପାଲିଟି ଅଞ୍ଚଳର ବ୍ୟବସାୟୀଙ୍କୁ ଷ୍ଟକ୍ ଖାଲି କରିବାକୁ ମାସେ ସମୟ ଦିଅାଯାଇଛି। ଖିଲାପକାରୀଙ୍କୁ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ଅଛି। ସେହିପରି ଛୋଟ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅାଦାୟ ପାଇଁ ମ୍ୟୁନିସପାଲ ଅାଇନରେ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସରକାର।

ସୂଚନାଯୋଗ୍ୟ, ପିଇବା ପାଣି ପାଉଚ, ୨୦୦ ମିଲିଟର ପାଣି ବୋଟଲ, ପଲିଥିନ ବ୍ୟାଗ, ପ୍ଲାଷ୍ଟିକ କପ, ପ୍ଲେଟ ଆଦି ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନକୁ ଲୋକେ ପଲିଥିନ ନେଇ ଯାଇପାରିବେ ନାହିଁ । ଏହି ନିଦେ୍ର୍ଧଶକୁ ହୋଟେଲ, ରେଷ୍ଟୁରାଂଟ, ମଲ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟ ମାନିବାକୁ ବାଧ୍ୟ।

ପଢନ୍ତୁ; ପୁଣି ଥରିଲା ଇଣ୍ଡୋନେସିଆ,ରିକ୍ଟର ସ୍କେଲରେ ତୀବ୍ରତା ୫.୯

Related posts

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

Krishna Kumar Manoj

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ:୨ ଓଡିଆଙ୍କୁ ପଦ୍ମଶ୍ରୀ

Krishna Kumar Manoj

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More