ମୁଖ୍ୟମନ୍ତ୍ରୀ: ଅକ୍ଟୋବର ୨ରୁ ଓଡ଼ିଶାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ

ବ୍ୟାନ ହେବ ପଲିଥିନ୍‌

ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ଲାଷ୍ଟିକ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ପ୍ଲାଷ୍ଟିକ ଏବଂ ପଲିଥିନ ନିଷିଦ୍ଧ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟମାନେ। ମହାରାଷ୍ଟ୍ର ପରେ ଏବେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍‌ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର।

ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ତାରିଖରୁ ଓଡ଼ିଶାର ସମସ୍ତ ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ ନିଷିଦ୍ଧ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ୨ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ପୁରାପୁରି ବନ୍ଦ ହେବ। ସହରାଞ୍ଚଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହିତ ଗ୍ରାମାଞ୍ଚଳ ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ସାରା ରାଜ୍ୟରେ ପ୍ଲାଷ୍ଟିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ କାର୍ଯ୍ୟ ତଦାରଖ କରିବ।

ପଢନ୍ତୁ;ସୁସ୍ଥ ହୋଇ ଓଡିଶା ଫେରିଲେ ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ୍

ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ହେବ - 4.5

89%

ମହାରାଷ୍ଟ୍ର ପରେ ଏବେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍‌ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର। - 4.2

83%
4.3/5

Very Good!

ମୁଖ୍ୟମନ୍ତ୍ରୀ: ଅକ୍ଟୋବର ୨ରୁ ଓଡ଼ିଶାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ

ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

No Votes Yet

You're not rated yet