LIFESTYLE

ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା

By Krishna Kumar Manoj

November 08, 2017

ନିତ୍ୟବ୍ୟବହାର୍ଜ୍ୟ ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା:

ପ୍ଲାଷ୍ଟିକ ବୋତଲରେ  ପାଣି ପିଇବା ଦ୍ଵାରା ଶରୀରରେ ରକ୍ତଚାପ ବୃଦ୍ଧି ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ପ୍ଲାଷ୍ଟିକ ବୋତଲରେ  ଥିବା ଏକ ରାସାୟନିକ ପଦାର୍ଥ ଯାହା ଆମେ ପିଇବା ସମୟରେ ଶରୀରକୁ ଯାଇ ରକ୍ତଚାପ ବୃଦ୍ଧି କରେ ।

ସାଧାରଣତଃ ପ୍ଲାଷ୍ଟିକ ବୋତଲ ଓ ପ୍ଲାଷ୍ଟିକ ବୋତଲରେ ବନ୍ଧାଯାଇଥିବା ଖାଦ୍ୟ ଓ ପାନୀୟରେ ବାୟୋଫିନଲ ନାମକ ଏକ ରାସାୟନିକ ପଦାର୍ଥ ଯାହା ଆମ ପେଟକୁ ଯିବାଦ୍ଵାରା ହୃତପିଣ୍ଡ ଉପରେ ମଧ୍ୟ ପ୍ରଭାବ ପକାଏ ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ଏହା ଶରୀର ପାଇଁ ହାନିକାରକ ହେବା ସହ ରକ୍ତଚାପ ପରିମାଣକୁ ୧୬ ଗୁଣା ବଢାଉଥିବା ଅଧ୍ୟୟନରୁ ଜଣାପଡିଛି । ବିଶେଷ କରି ଉଚ୍ଚରକ୍ତଚାପ ଓ ହୃଦରୋଗୀ ପ୍ଲାଷ୍ଟିକ ବୋତଲ ବା ଡବାରେ ବନ୍ଧାଯାଇଥିବା ଖାଦ୍ୟ ଓ ପାନୀୟ ଠାରୁ ଦୂରେଇ ରହିବା ଦରକାର ।

ପଢନ୍ତୁ, ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ