News

୬ରୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

P

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ +୨ ଆଡମିଶନ  ପ୍ରକ୍ରିୟା । ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ । ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଥିବାରୁ ନାମଲେଖା ପ୍ରକ୍ରିୟାରେ ବି ସାମାନ୍ୟ ବିଳମ୍ବ ପରିଲକ୍ଷିତ ହୋଇଛି। ଗତବର୍ଷ ଜୁନ୍‌ ପହିଲାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏଥର କିନ୍ତୁ ଜୁନ୍‌ ୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଫ୍‌ଲାଇନ୍‌ରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ।

୬ ତାରିଖରୁ SAMS ମାଧ୍ୟମରେ ଏହି ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍‌ ୬ ତାରିଖ ସକାଳ ୧୧ଟାରୁ ଆପ୍ଲିକେସନ ଫର୍ମ ମିଳିବାକୁ ଥିବା ବେଳେ ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଆପ୍ଳିକେସନ ସବ୍‌ମିଟ କରିପାରିବେ । ଅଫ୍‌ଲାଇନରେ SAMS କେନ୍ଦ୍ରମାନଙ୍କରେ ୨୧ ତାରିଖ ସନ୍ଧ୍ୟା ୫ଟା ସୁଧା ଆପ୍ଳିକେସନ ସବ୍‌ମିଟ କରିପାରିବେ ଛାତ୍ରଛାତ୍ରୀ । ଜୁନ୍‌ ୨୬ରେ ପ୍ରଥମ ମେରିଟ ଲିଷ୍ଟ ବାହାରିବାକୁ ଥିବା ବେଳେ ସମ୍ପୂର୍ଣ୍ଣ ଆଡମିଶନ  ପ୍ରକ୍ରିୟା ୨୩ ଜୁଲାଇ ସୁଧା ଶେଷ ହେବ । ୨୪ ଜୁଲାଇରୁ କ୍ଳାସ୍‌ ଆରମ୍ଭ ହେବ ।

ପଢନ୍ତୁ: ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ

Related posts

୫୦୦ ରୁ ଅଧିକ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ହ୍ୟାକର ଗିରଫ!

ENO Beuro

ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ENO Beuro

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ENO Beuro

Leave a Comment