News

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

Rtoo

ଆଜି ଅପରାହ୍ନ ୩.୩୦ରେ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ  ପରୀକ୍ଷା ଫଳ ।  କଳାରେ ୬୫.୮୯% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୦.୨୬ % ପାସ୍ କରିଛନ୍ତି। ଉଭୟ ପାଠ୍ୟକ୍ରମରେ ଏଥର ପାସ୍ ହାର କମିଛି। ଗତ ବର୍ଷ କଳାରେ ୬୮.୭୯% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୪.୯୧ % ପାସ୍ କରିଥିଲେ। ସେହିପରି ଏଥର କଳାରେ ୪ଟି କଲେଜ ଓ ବାଣିଜ୍ୟରେ ୨୫ଟି କଲେଜ ଶତ ପ୍ରତିଶତ  ରେଜଲ୍ଟ କରିଛି। ଦୁଇଟି କଲେଜର ଫଳାଫଳ ଶୂନ ହୋଇଛି। ଏଥିରୁ ଗୋଟିଏ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଆଉ ଗୋଟିଏ ଯାଜପୁର ଜିଲ୍ଲାର।

ବାଲେଶ୍ବରରେ ସର୍ବାଧିକ ପାସ୍ ହାର ୭୫.୭୬ ପ୍ରତିଶତ ଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ୪୭.୪୬ ପ୍ରତିଶତ ରହିଛି । ଗତ ବର୍ଷ ତୁଳନାରେ ଏଥର କାହିଁକି କଳା ଓ ବାଣିଜ୍ୟ ପରୀକ୍ଷା ଫଳ କମିଲା, ସେ ନେଇ ତର୍ଜମା କରାଯିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  କହିଛନ୍ତି। ଏଥର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବି ଗତ ବର୍ଷ ଅପେକ୍ଷା ଖରାପ ଥିଲା।  ଏଥର ପାସ୍ ହାର ୭୨.୩୩% ରହିଥିଲା, ଯାହା ଗତ ବର୍ଷ ତୁଳନା ୪.୬୫% କମ୍।

ପଢନ୍ତୁ: ଲୋକସଭାରେ ଆଗତ ହେଲା ତିନ୍ ତଲାକ ବିଲ

Related posts

ଜଗା ପାଇଁ କାକଟପୁରରୁ ଆସିଲା ଫଳଭାର

Ratnamani Moharana

ବର୍ଷାରେ ବେହାଲ ହେଲା ଟ୍ୱିନ୍‌ ସିଟି

ENO Beuro

ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ୍‌ ଦର

ENO Beuro

Leave a Comment