Loading...

ଏପ୍ରିଲ ୨ରୁ ଯୁକ୍ତ୨ କଲେଜ ସକାଳୁଆ

ଏପ୍ରିଲ ୨ରୁ ଯୁକ୍ତ୨ କଲେଜ ସକାଳୁଆ

ଏପ୍ରିଲ ୨ରୁ ସକାଳୁଆ ହେବ ଯୁକ୍ତ୨ କଲେଜ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସକାଳୁଆ ସ୍କୁଲ ସମୟରେ କିଛିଟା ପରିବର୍ତନ କରାଯାଇଛି।

ଏପ୍ରିଲ ୨ରୁ ସକାଳୁଆ ହେବ ଯୁକ୍ତ୨ କଲେଜ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସକାଳୁଆ ସ୍କୁଲ ସମୟରେ କିଛିଟା ପରିବର୍ତନ କରାଯାଇଛି। ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ଯାଏ ଏବଂ ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏପ୍ରିଲ ପହିଲାରୁ ବିଦ୍ୟାଳୟର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ସୂଚନାଯୋଗ୍ୟ, ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ଏବଂ ୯ମ ଓ ୧୦ ଶ୍ରେଣୀ ପିଲାଙ୍କ ପାଠପଢ଼ା ୭ଟାରୁ ୧୧ଟା ପର୍ଯ୍ୟନ୍ତ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.