News

ଆଜିଠୁ ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା

exam

ପରୀକ୍ଷା ପୂର୍ବରୁ ସିସିଟିଭି ଗାଏବ

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୦୯୩ ପରୀକ୍ଷା କେନ୍ଦ୍ର କରାଯାଇଛି। ମାଟ୍ରିକ୍‌ ପରୀକ୍ଷାରେ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଯୁକ୍ତ୨ ପରୀକ୍ଷା ସମୟରେ ଯେମିତି ସେଭଳି ଘଟଣା ନ ହୁଏ ସେଥିପାଇଁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି।

ମୋଟ ୩ ଲକ୍ଷ ୬୯ ହଜାର ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।  ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି । କଲା ବିଭାଗରେ ସର୍ବାଧିକ ୨ଲକ୍ଷ ୩୫ହଜାର ୧୮୩, ବିଜ୍ଞାନରେ ୯୯ହଜାର ୧୮ଜଣ ଏବଂ ବାଣିଜ୍ୟରେ ୨୭ହଜାର ୨୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ୮ହଜାର ୫୮ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷା ଦେବେ।

ଅନ୍ୟପଟେ,ପରୀକ୍ଷା ପୂର୍ବରୁ ଦେଖାଦେଇଛି ବିଭ୍ରାଟ। ପରୀକ୍ଷା କେନ୍ଦ୍ରରୁ ଗାଏବ ହୋଇଯାଇଛି ସିସିଟିଭି। ପୁରୀ ଜିଲା ସାତପଡ଼ାସ୍ଥିତ ପଞ୍ଚାୟତ କନିଷ୍ଠ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ପରୀକ୍ଷା କେନ୍ଦ୍ରରୁ ୨ଟି ସିସିଟିଭି ଗାଏବ ହୋଇଯାଇଥିବା ସାତପଡ଼ା ଫାଣ୍ଡିରେ ମୌଖିକ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ପଢନ୍ତୁ;ଆସନ୍ତା ୧୨ ତାରିଖରେ କଂଗ୍ରେସରେ ଯୋଗ ଦେବେ ହାର୍ଦ୍ଦିକ

Related posts

ବିଶିଷ୍ଟ କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ଦେହାନ୍ତ

ENO Beuro

ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା,୧୮୮ ଯାତ୍ରୀ ମୃତ ଆଶଙ୍କା

ENO Beuro

ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ

ENO Beuro

Leave a Comment