29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ

ଯୁକ୍ତ ୨ ପରୀକ୍ଷା ପାଇଁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ପ୍ରଥମେ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ରେ ସରିବ । ସେହିଭଳି କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ଯାଏଁ ଚାଲିବ । ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୮ ତାରିଖ ଯାଏଁ ଚାଲିବ । ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ସରିବ ।

କଳାରେ ୨ ଲକ୍ଷ ୧୮ ହଜାର ୮୩୧ ପରୀକ୍ଷାର୍ଥୀ, ବିଜ୍ଞାନରେ ୯୭, ୫୩୬ ପରୀକ୍ଷାର୍ଥୀ, ବାଣିଜ୍ୟରେ ୨୫, ୭୧୭ ପରୀକ୍ଷାର୍ଥୀ, ଧନ୍ଦାମୂଳକ ପରୀକ୍ଷା ଦେବା ପାଇଁ ୭ ହଜାର ୧୭ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ମୋଟ ୩ ଲକ୍ଷ ୪୯ ୧୫୪ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜ୍ଞାନ ପ୍ରଥମ ଦିନ ୩ ତାରିଖରେ ମାତୃଭାଷା (ଓଡ଼ିଆ), ୪ ତାରିଖରେ ଇଂଲିସ୍ (ଅଲଟ୍ରାନେଟିଭ୍), ୬ ତାରିଖରେ ଇଂଲିସ୍, ୧୧ ତାରିଖରେ ଗଣିତ, ୧୩ରେ ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପେପର, ୧୪ରେ ଫିଜିକ୍ସ, ୧୭ରେ କେମିଷ୍ଟ୍ରୀ, ୧୮ରେ ଜିଓଲୋଜି, ୧୯ରେ ସଂସ୍କୃତ (ଇଲେକ୍ଟିଭ୍), ୨୦ରେ ଆଇଟି ଓ କମ୍ପ୍ୟୁଟର ସାଇନ୍ସ, ବାୟୋ ଟେକ୍ନୋଲୋଜି ଏବଂ ଇଲୋଟ୍ରୋନିକ୍ସ, ୨୧ରେ ଅନ୍ୟ ମାତୃଭାଷା, ୨୩ରେ ବାୟୋଲୋଜି (ପେପର-୧), ୨୪ରେ ଇକୋନୋମିକ୍ସ, ୨୫ରେ ଷ୍ଟାଟିଟିକ୍ସ, ୨୬ରେ ଭୋକେସନାଲ ଟ୍ରେଡ୍ ସବଜେକ୍ଟ, ୨୭ରେ ଜୋଗ୍ରାଫି ଏବଂ ୨୮ ତାରିଖରେ ବାୟୋଲୋଜି (ପେପର-୨) ଓ ଜୁଲୋଜି ପରୀକ୍ଷା ହେବ ।

ବାଣିଜ୍ୟ ପ୍ରଥମ ଦିନ ୪ ତାରିଖରେ ମାତୃଭାଷା (ଓଡ଼ିଆ) ଓ ଇଂଲିସ୍ (ଅଲଟ୍ରାନେଟିଭ୍), ୭ରେ ଇଂଲିସ, ୧୨ରେ ଆକାଉଣ୍ଟିଂ, ୧୩ରେ ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପେପର, ୧୬ରେ ବିଜିନେସ୍ ମ୍ୟାଥମାଟିକ୍ସ ଆଣ୍ଡ ଷ୍ଟାଟିଟିକ୍ସ, ୧୮ରେ ବିଜିନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜମେଣ୍ଟ, ୨୦ରେ ଆଇଟି, ୨୧ରେ ଅନ୍ୟ ମାତୃଭାଷା, ୨୪ରେ ଫଣ୍ଡାମେଣ୍ଟାଲ ଅଫ୍ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ ପରୀକ୍ଷା ହେବ । ୨୬ରେ ଭୋକେସନାଲ ଟ୍ରେଡ୍ ସବଜେକ୍ଟ ପରୀକ୍ଷା ହେବ ।

କଳା ପ୍ରଥମ ଦିନ ୪ ତାରଖରେ ମାତୃଭାଷା (ଓଡ଼ିଆ) ଓ ଇଂଲିସ୍ (ଅଲଟ୍ରାନେଟିଭ୍), ୭ରେ ଇଂଲିସ, ୧୧ରେ ଗଣିତ ଓ ଗୃହ ବିଜ୍ଞାନ, ୧୨ରେ ରାଜନୀତି ବିଜ୍ଞାନ, ୧୩ରେ ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପେପର, ୧୬ରେ ଇତିହାସ, ୧୮ରେ ଏଜୁକେସନ୍, ଇଣ୍ଡିଆନ୍ ମ୍ୟୁଜିକ, ସାଇକୋଲୋଜି, ୧୯ରେ ଲାଙ୍ଗୁଏଜ୍ ଅପ୍ସିନାଲ, ୨୦ରେ ଆଇଟି, ୨୧ରେ ଅନ୍ୟ ମାତୃଭାଷା, ୨୪ରେ ଅର୍ଥନୀତି, ୨୫ରେ ଆନ୍ଥ୍ରୋପୋଲୋଜି ଓ ସୋସିଓଲୋଜି, ୨୬ରେ ଭୋକେସନାଲ ଟ୍ରେଡ୍ ସବଜେକ୍ଟ, ୨୭ରେ ଜୋଗ୍ରାଫି ଓ ଲଜିକ୍ ପରୀକ୍ଷା ହେବ ।

ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୭ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୫ ଯାଏଁ ଚାଲିବ । ପ୍ରାକ୍ଟିକାଲ ପୂର୍ବରୁ ଅନଲାଇନରେ ଆଡମିଟ୍ କାର୍ଡ ମିଳିବ । ସିସିଟିଭି ନଥିବା କେନ୍ଦ୍ରରେ ସେଣ୍ଟର କରାଯିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

ପଢନ୍ତୁ: ୨୦୨୦ ପହିଲାରୁ ବଦଳୁଛି ଏହିସବୁ ନିୟମ

Related posts

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More