୧୬ରୁ ଯୁକ୍ତ ଦୁଇ ରେଗୁଲାର ଫର୍ମ ପୂରଣ,ବଦଳିବନି ପ୍ରଶ୍ନ ପାଟର୍ନ

chse

୨୦୧୮-୧୯ ଶିକ୍ଷାବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଫର୍ମ ଫିଲଅପ୍ ତାରିଖ ଘୋଷଣା କରାଯାଇଛି। ଯୁକ୍ତ ୨ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଚଳିତମାସ ୧୬ ତାରିଖରୁ ଅନଲାଇନ୍ ଫର୍ମ ଫିଲଅପ୍ କରିପାରିବେ।

chse

ସୂଚନା ଅନୁଯାୟୀ, ଚଳିତବର୍ଷ ଫର୍ମ ପୂରଣ ଫି’ ୫୨୦ଟଙ୍କା ରଖାଯାଇଛି। ଏହାବାଦ୍ ବିଳମ୍ବରେ ଫର୍ମ ପୂରଣ କରୁଥିବା ଛାତ୍ରଛାତ୍ରୀ ଉପରୋକ୍ତ ଜରିମାନା ଦେବେ। ସେହିପରି ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୨୦ଟଙ୍କା, ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ବିଷୟ ପିଛା ୨୦ଟଙ୍କା, ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଅତିରିକ୍ତ ୫୦୦ଟଙ୍କା ଦେବାକୁ ପଡ଼ିବ। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ୨୦୧୫-୧୬ ମସିହା ପରେ ମାନ୍ୟତା/ସ୍ବୀକୃତି ପାଇଥିବ ସେଠାରେ ପ୍ରତି ଛାତ୍ର/ଛାତ୍ରୀ ପିଛା ଅତିରିକ୍ତ ୫୦ଟଙ୍କା ଦେବାକୁ ପଡ଼ିବ।

ପଢନ୍ତୁ; ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନଙ୍କ ସମେତ ୪ ମୃତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More