• Home
  • News
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ
News

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

ଯୁକ୍ତ୨ କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ୟ୍ୟାୟ ମେରିଟ ଲିଷ୍ଟ ତଥା କଟ ଅଫ ମାର୍କ ତାଲିକା ପ୍ରକାଶ ପାଇଛି।

କଳାରେ ଘଷିପୁରା ବ୍ଲକ ସାଇଁକୂଳ କଲେଜ ସର୍ବାଧିକ ୭୮.୬୭ ପ୍ରତିଶତ । ସେହିପରି ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ରଖିଛି । ବାଣିଜ୍ୟରେ ବିଜେବି କଲେଜ ସର୍ବାଧିକ ୭୮.୨ ପ୍ରତିଶତ । ସେହି ଅନୁଯାୟୀ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇବେ। ଜୁଲାଇ ୧୦ରେ ଦ୍ୱିତୀୟ ପର୍ୟ୍ୟାୟ ମେରିଟ ଲିଷ୍ଟ ବାହାରିବ।

ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ।

ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ ରୁ ୨୧ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଜୁଲାଇ ୨୪ରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ।

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ merit list

ପଢନ୍ତୁ;ଅଣସର ବାସରେ ଶ୍ରୀଜିଉ

Related posts

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

Krishna Kumar Manoj

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Krishna Kumar Manoj

ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More