Loading...

ଆରମ୍ଭ ହେଲା ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା

ଆରମ୍ଭ ହେଲା ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ତାହାର ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପରି‌ଷଦ। ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି।

ଆସନ୍ତାକାଲି (ଏପ୍ରିଲ ୪ରୁ) ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେ‌କ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେସନ୍‌ ଆଦି ବିଷୟ ସହ କଳା ବିଭାଗର ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ଆଇଟି, ମନସ୍ତତ୍ତ୍ବ ବିଜ୍ଞାନ, ନୃତତ୍ତ୍ବ ବିଜ୍ଞାନ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ରାଜ୍ୟର ୧୧୦୦ରୁ ଅଧିକ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି, ଯେଉଁଠାରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସ କଲେଜ ସମେତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ପରିଷଦ ପକ୍ଷରୁ ସୂଚନା‌ ଦିଆଯାଇଛି।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ତାହାର ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପରି‌ଷଦ। ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି। ପରୀକ୍ଷାର ସୁପରିଚାଳନା ଲାଗି ପ୍ରତି ଜୋନ୍‌ସ୍ତରରେ ସ୍କ୍ଵାଡ୍‌ ହୋଇଛି। ପରିଷଦର ଉପପରୀକ୍ଷା ନିୟନ୍ତ୍ରକଙ୍କ ନେତୃତ୍ୱରେ ସ୍କ୍ଵାଡ୍‌ କେନ୍ଦ୍ରଗୁଡ଼ିକୁ ଗସ୍ତ କରି ଯାଞ୍ଚ କରିବେ। ଯେଉଁଠି ଅଧିକ ପରୀକ୍ଷାର୍ଥୀ ରହିଛନ୍ତି, ସେଠାରେ ଦୁଇଟି ସିଟିଂରେ ପରୀକ୍ଷା କରିବାକୁ କୁହାଯାଇଛି। କରୋନା କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷାରେ ଯେପରି ଅନୈତିକ କାର୍ଯ୍ୟ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ କୁହାଯାଇଛି। ଏପ୍ରିଲ ୨୮ରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ତା’ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରିଷଦ ଯୋଜନା ପ୍ରସ୍ତୁତ କରିଛି। ଥିଓରି ପରୀକ୍ଷା ତାରିଖରେ ସାମାନ୍ୟ ପରିବର୍ତ୍ତନ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କିଛି ଦିନ ତଳେ ସୂଚନା ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ପରିଷଦ ପକ୍ଷରୁ କୌଣସି ପ୍ରକାର ସଂଶୋଧିତ ପରୀକ୍ଷା ତାରିଖ ପ୍ରକାଶ ପାଇ ନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ଯୁକ୍ତ୨ ଫର୍ମ ପୂରଣ ପାଇଁ ୫୭ ଜଣ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ହାଇକୋର୍ଟଙ୍କ ରାୟ ପରେ ସେମାନଙ୍କୁ ଅଫ୍‌ଲାଇନ୍‌ରେ ଫର୍ମ ପୂରଣ କରିବାକୁ ସୁଯୋଗ ଦିଆଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ କୁହାଯାଇଛି। ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଉକ୍ତ ୫୭ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆସନ୍ତା ୪ ଓ ୫ ତାରିଖରେ ଅଫ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହେବ। ବିନା ‌ଜରିମାନାରେ ସେମାନେ ନିଜ କଲେଜରେ ଫର୍ମ ପୂରଣ କରିବେ। ଏପ୍ରିଲ ୬ ଓ ୭ ତାରିଖରେ ଫି’ ଓ ଡକ୍ୟୁମେଣ୍ଟ ଦାଖଲ କରିହେବ। କଲେଜ ଅଧ୍ୟକ୍ଷ ଫି’ଗୁଡ଼ିକୁ ଚାଲାଣ ମାଧ୍ୟମରେ ପରିଷଦ ନିକଟରେ ଦାଖଲ କରିବେ ବୋଲି କୁହାଯାଇଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.