Loading...

ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା: ଆଜିଠୁ ଆବେଦନ, ୨୨ରେ ମେଧା ତାଲିକା

ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା: ଆଜିଠୁ ଆବେଦନ, ୨୨ରେ ମେଧା ତାଲିକା

ଆଜି(ସୋମବାର)ଠାରୁ ସାମ୍‌ସ ୱେବସାଇଟ୍‌ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ ୧୭ ତାରିଖ ସୁଦ୍ଧା ଆବେଦନ କରିପାରିବେ

ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩ କଲେଜର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ଖାଲିଥିବା‌ ସିଟ୍‌ ପୂରଣ ଲାଗି ପୁଣିଥରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଆଜି(ସୋମବାର)ଠାରୁ ସାମ୍‌ସ ୱେବସାଇଟ୍‌ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ ୧୭ ତାରିଖ ସୁଦ୍ଧା ଆବେଦନ କରିପାରିବେ। ନଭେମ୍ବର ୨୨ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀ ୨୩ ଓ ୨୪ ତାରିଖରେ ନାମ ଲେଖାଇବେ। ୱେଟିଙ୍ଗ୍‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ତାଲିକା ୨୨ ତାରିଖରେ ପ୍ରକାଶ ସହ ୨୬ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ୨୯ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ସହ ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ।ନଭେମ୍ବର ୩୦ ପରେ କୌଣସି ପ୍ରକାର ଡାଟା ଅପ‌ଡେଟ୍‌ କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା‌ରେ ଆବେଦନ କରି ନାମ ଲେଖାଇପାରି ନ ଥିବା, ଚୟନ ହେବା ସହ ନାମ ଲେଖାଇଥିବା ଓ ଲେଖାଇ ନ ଥିବା ଏବଂ ଆବେଦନ କରିପାରି ନ ଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ଭାଗ ନେଇପାରିବେ। ଏନେଇ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.