News

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ଆଡମିଶନ୍

Untitled 1

ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ । ଯୁକ୍ତ ଦୁଇ  ପ୍ରଥମ ବର୍ଷ ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ଣରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ସାମ୍ସ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା।  ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଜୁଲାଇ ୩ରୁ ୬ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଏହାପରେ ଜୁଲାଇ ୧୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ  ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମଲେଖା ହେବ । ଗତବର୍ଷ ତୁଳନାରେ ଚଳିତ ବର୍ଷ କଳାରେ କଟଅଫ୍ ମାର୍ମ ପ୍ରାୟ ୨ପ୍ରତିଶତ କମିଥିବାବେଳେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସାମାନ୍ୟ ବଢ଼ିଛି ।

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।

ପଢନ୍ତୁ: ଦୁର୍ବଳ ହେଲା ଲଘୁଚାପ, ରଥଯାତ୍ରାରେ ଶୁଖିଲା ପାଗ ପୁଣି ୬ରୁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା

Related posts

ଅଭିଜିତ ଆୟାରଙ୍କ ମାମଲା ପ୍ରତ୍ୟାହାର କରିବେ ସରକାର

ENO Beuro

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ENO Beuro

ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା!

ENO Beuro

Leave a Comment