News

ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Jj

୨୦୧୯-୨୦ ଶିକ୍ଷାବର୍ଷ +୨ ନାମଲେଖା   ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍‌ସିଂ କଲେଜ, ଉପଶାସ୍ତ୍ର ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦  ରହିଛି । ଏଥର ୨ ହଜାର ୪୧ଟି ଜୁନିଅର୍‌ କଲେଜ ପାଇଁ ୪ ଲକ୍ଷ ୫୧ ହଜାର ସିଟ୍‌ ରହିଛି।

 

 

ଜୁନ୍‌୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ୨୧ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର‌୍‌(ଏସ୍‌ଆରସି)ରେ ଦାଖଲ କରିପାରିବେ। ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ  ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍‌ ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁନ୍‌ ୨୮ରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅନ୍‌ଲାଇନ୍‌ରେ ପ୍ରକାଶ କରାଯିବ। ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତଲିକା ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ। ୧୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନାମଲେଖା ସମ୍ପର୍କିତ ତଥ୍ୟ ଅନ୍‌ଲାଇନ୍‌ରେ ବାହାରିବ। ଜୁଲାଇ ୧୬ରେ ବଳକା ସିଟ୍‌ ତାଲିକା ପ୍ରକାଶ କରାଯିବ। ୧୮ ତାରିଖ ଅପରାହ୍‌ଣ ୨ଟା ସୁଦ୍ଧା ସ୍ପଟ୍‌ ନାମଲେଖା ଲାଗି ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ ସ୍ପଟ୍‌   ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ପଢନ୍ତୁ: ରାଜ୍ୟରେ ‘ଆୟୁଷ୍ମାନ’କୁ ମିଳିପାରେ ଗ୍ରୀନ ସିଗନାଲ

Related posts

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ

ENO Beuro

ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

ENO Beuro

ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

ENO Beuro

Leave a Comment