News

ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ

Square

ଯୁକ୍ତ ଦୁଇ  ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ ଅବଧି ଘୁଞ୍ଚିଲା। ପୂବାରୁ ଜୁନ ୨୦ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ବିଜ୍ଞପ୍ତି ବାହାର କରାଯାଇଥିଲା ମାତ୍ର ଏବେ ଏହାକୁ ଘୁଞ୍ଚାଇ ଆସନ୍ତା ୨୫ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ସୂଚନା ଦିଆଯାଇଛି।

ନୂଆ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପ୍ରଥମ କଟ୍‌ ଅଫ୍ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ସେହିପରି ଦ୍ୱିତୀୟ କଟ୍ ଅଫ୍ ଜୁଲାଇ ୧୨ ତାରିଖରେ ପ୍ରକାଶ ପାଇବ। ଏହା ସହିତ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ  କରାଯିବ। ଜୁଲାଇ ୨୯ ତାରିଖରେ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ପଢନ୍ତୁ: ସହିଦଙ୍କ ମରଶରୀରରେ ଦଳୀୟ ପତାକା ଦେଇ ଅଡୁଆରେ ବିଜେଡ଼ି

Related posts

ଲୁଙ୍ଗି ପିନ୍ଧି ଗାଡି ଚଲାଇଲେ ୨୦୦୦ ଜୋରିମାନା

Ratnamani Moharana

The Odisha Government Has Decided To Open 30 New Courts To Solve Pending Cases

ENO Beuro

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାହୁଲଙ୍କ ବିମାନ

ENO Beuro

Leave a Comment