News

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

By Krishna Kumar Manoj

May 29, 2018

ଖାତା ଦେଖାରେ ବିଭ୍ରାଟ ସହ ମାନୁଆଲ୍‌ ଏଣ୍ଟ୍ରି ହେଉଥିବାରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି ।ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ । ଗତବର୍ଷ ମେ ୩୦ରେ ରେଜଲ୍ଟ ବାହାରିଥିଲା ବେଳେ ଏଥର ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି ।

ତେବେ ଖାତା ଦେଖାରେ ବିଭ୍ରାଟ ହୋଇଥିବା ଅଭିଯୋଗକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ସେ କହିଛନ୍ତି,“ ଖାତା ଦେଖାରେ ବିଭ୍ରାଟ ପାଇଁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି । ଏହାସହ ମାନୁଆଲ ଏଣ୍ଟ୍ରି ହେଉଥିବାରୁ ଫଳ ପ୍ରକାଶରେ ବିଳମ୍ବ ହେଉଛି । ଗତବର୍ଷ ମେ’ ୩୦ରେ ପରୀକ୍ଷା ଫଳ ବାହାରିଥିଲା । ଏଥର ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ବାହାରିବ।”

ପଢନ୍ତୁ ;

କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ଟମାଟୋ ଜୁସ୍‌! ଜାଣନ୍ତୁ ଏହାକୁ ପ୍ରତିଦିନ ପିଇବା ଦ୍ଵାରା କଣ ଲାଭ ମିଳିଥାଏ