Loading...

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରିବାକୁ ପରିଷଦ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରିବାକୁ ପରିଷଦ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ନିର୍ଦେଶ ମିଳିବା ପରେ ପରିଷଦ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। ପ୍ରଥମ ପର୍ଯ୍ୟାୟରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ମତାମତ ଗ୍ରହଣ କରାଯାଇଛି। ସବୁ ବର୍ଗର କଲେଜ ଅଧ୍ୟକ୍ଷମାନେ ଅଫ୍‌ଲାଇନ୍‌ ପରୀକ୍ଷା ସମ୍ପର୍କରେ ମତ ଦେଇଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ଲାଗି ଅଧିକ ସମୟ ଦେବାକୁ ଯୁକ୍ତି ବାଢ଼ିଛନ୍ତି। 

ଆଭାସୀ ବୈଠକରେ ଅଧ୍ୟକ୍ଷମାନେ କହିଛନ୍ତି ଯେ କରୋନାର ତୃତୀୟ ସଂକ୍ରମଣ ଯୋଗୁଁ ପାଠପଢ଼ା ପ୍ରଭାବିତ ହୋଇଛି। ଗତ ଏକ ମାସ ଧରି କ୍ଲାସରୁମ ଶିକ୍ଷା ହୋଇପାରି ନ ଥିଲା। ତେଣୁ ମାର୍ଚ୍ଚ ମାସରେ ହେଉଥିବା ପରୀକ୍ଷାକୁ ଏପ୍ରିଲ ମାସରେ କରାଯାଉ। ଏପ୍ରିଲ ୨୫ରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ନିଷ୍ପତ୍ତି ନେଇଥିବାରୁ ସେହି ସମୟରେ ଯୁକ୍ତ୨ ପରୀକ୍ଷା କରାଯାଇପାରେ। ଏହାଦ୍ବାରା ପିଲାଙ୍କୁ ପଢ଼ିବା ଓ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ସମୟ ମିଳିବ। ଅଧିକ ବିଳମ୍ବ ହେବା ବି ଉଚିତ୍‌ ନୁହେଁ। ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରୁ ଆରମ୍ଭ ହେଲେ ମେ’ ୧୦ ବେଳକୁ ପରୀକ୍ଷା ଶେଷ ହୋଇଯିବ। ନିର୍ଧାରିତ ସମୟରେ ଖାତା ମୂଲ୍ୟାୟନ ସମେତ ଫଳ ପ୍ରକାଶ ପାଇପାରିବ। ମାତ୍ର ତା’ପୂର୍ବରୁ ମାର୍ଚ୍ଚ ମାସରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରାଯିବାର ଆବଶ୍ୟକତା ରହିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.