ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ରାତି ପାହିଲେ ଯୁକ୍ତ ୨ ଥିଓରି ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିଯାଇଛି।
ରାତି ପାହିଲେ ଯୁକ୍ତ ୨ ଥିଓରି ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିଯାଇଛି। କିନ୍ତୁ ପରୀକ୍ଷାର ସୁପରିଚାଳନା କରିବା ଏବେ ଶିକ୍ଷାବିଭାଗ ପାଇଁ ଏବେ କାଠିକର ପାଠ। ପାଖାପାଖି ୫ ହଜାର ଅଧ୍ୟାପକ ଯୁକ୍ତ୨ ପରୀକ୍ଷାରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବାରୁ ହରଣଘଡାରେ ଶିକ୍ଷାବିଭାଗ। ଦାବି ପୂରଣ ପ୍ରତିଶ୍ରୁ୍ତି ଦେଇ ଅଧ୍ୟାପକମାନଙ୍କୁ କଲେଜକୁ ଫେରାଇବେ ନା ବିକଳ୍ପ ବ୍ୟବସ୍ଥା ଆପଣାଇବେ ଏନେଇ ଏବେ ଜାରିରହିଛି କଳ୍ପନାଜଳ୍ପନା। ତେବେ ପରୀକ୍ଷା ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ନିକଟସ୍ଥ କଲେଜର ଅଣଶିକ୍ଷକ ଓ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପରୀକ୍ଷା ପରିଚାଳନା କରାଯିବ। ଆବଶ୍ୟକ ପଡ଼ିଲେ, ନିକଟସ୍ଥ ହାଇସ୍କୁଲର ଶିକ୍ଷକଙ୍କୁ ପରୀକ୍ଷା ପରିଚାଳନା କାର୍ଯ୍ୟରେ ସାମିଲ କରାଯାଇପାରେ।
ସୂଚନାନୁସାରେ, ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍ ଓ ଏକ୍ସ-ରେଗୁଲାର୍ରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ୧୧୪୫ ପରୀକ୍ଷା କେନ୍ଦ୍ର ହୋଇଛି। ଅଧ୍ୟାପକଙ୍କ ଆନ୍ଦୋଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯୁକ୍ତ୨ ପରୀକ୍ଷା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ପରୀକ୍ଷା ପରିଚାଳନା ହବ୍ରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ପ୍ରତିଥର ପରି ଏଥର ମଧ୍ୟ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ବ ଦିଆଯାଇଛି। ମାତ୍ର କିଛି ଅଧ୍ୟାପକ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବା ସହ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ପିଲାଙ୍କ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷାରେ ସାମିଲ ହେବାକୁ ସେମାନଙ୍କୁ ଅନୁରୋଧ କରୁଛୁ। ଆଲୋଚନା ସବୁବେଳେ ଚାଲିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।