Loading...

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍‌ଅପ୍‌

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍‌ଅପ୍‌

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଅପ୍ରେଲ 28 ତାରିଖରୁ ପରୀକ୍ଷା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହାକୁ ନେଇ ମାଧ୍ୟମିିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ଅପ୍ରେଲ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ କରାଯିବ । ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଅପ୍ରେଲ 28 ତାରିଖରୁ ପରୀକ୍ଷା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହାକୁ ନେଇ ମାଧ୍ୟମିିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ଅପ୍ରେଲ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ କରାଯିବ । ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପାଇଁ ମାର୍ଚ୍ଚ ୨୮ ତାରିଖ ଓ ୨୯ ଫର୍ମ ଫିଲ୍‌ଅପ୍‌ କରାଯିବ । ଏହି ଦୁଇ ମଧ୍ୟରେ ଯେଉଁମାନେ ଫର୍ମ ଫିଲ୍‌ଅପ୍‌ କରିପାରିବେ ନାହିଁ, ସେମାନେ ୩୦ ତାରିଖରେ ଫାଇନ ଦେଇ ଫର୍ମ ଭରିବେ ।ବିଳମ୍ବରେ ଫର୍ମ ଭରିଲେ ଛାତ୍ରଛାତ୍ରୀଙ୍କୁ ୪୫୦ ଟଙ୍କା ଫାଇନ ଦେବାକୁ ହେବ । ତେବେ ୩୦ ତାରିଖ ମଧ୍ୟ ଯେଉଁମାନେ ଫର୍ମ ଭରିପାରିବେ ନାହିଁ, ସେମାନେ ୩୧ ତାରିଖରେ CHSE କାର୍ଯ୍ୟାଳୟରେ ଫାଇନ ମାଧ୍ୟମରେ ଫର୍ମ ଫିଲ୍‌ଅପ୍‌ କରିପାରିବେ।ପ ରୀକ୍ଷା ପାଇଁ କେତେକ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ନିର୍ଦ୍ଧାରଣ କରିଛି CHSE । ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପୂର୍ବରୁ ଉତ୍ତରଖାତା ପ୍ରଦାନ କରାଯିବ । ଏହାପରେ ପରୀକ୍ଷା ଆରମ୍ଭ ହେବାର ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ଏହାକୁ ନେଇ ମାଧ୍ୟାମିିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବିଜ୍ଞପ୍ତିରେ ବିସ୍ତୃତ ସୂଚନା ଦିଆଯାଇଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.