News

ଜୁନ୍‌ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

+2

ଜୁନ୍ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ  ପରୀକ୍ଷା ଫଳ ପ୍ରକାଶ ପାଇବ ।ଦିନ ୧୨ଟା ବେଳେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ୱେବସାଇଟରେ ଉପଲବ୍ଧ ହେବ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

www.chse.nic.in ଏବଂ http://orissaresults.nic.in ଓ୍ବେବସାଇଟ୍‌ରେ ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ +୨ ବିଜ୍ଞାନରେ ୯୯ ହଜାର ପିଲା ପରୀକ୍ଷା ଦେଇଛନ୍ତି । ଏଥର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।
ପଢନ୍ତୁ: ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

Related posts

ପ୍ରଥମ ଥର ନାସା କୁ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ବସ୍ତୁର ସନ୍ଧାନ ମିଳିଛି

ENO Beuro

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

ENO Beuro

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ

ENO Beuro

Leave a Comment