News

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

ପାସ୍ ହାର ୭୬.୯୮ ପ୍ରତିଶତ

ଶନିବାର ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୭୬.୯୮% ରହିଛି । ଗତ ମାର୍ଚ୍ଚ ୫ରୁ ୨୯ ଯାଏଁ ୧୧୦୪ଟି ପରୀକ୍ଷାକେନ୍ଦ୍ରରେ ୩ଲକ୍ଷ ୬୫ ହଜାର ୮୨୬ ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ବିଜ୍ଞାନ ବିଭାଗରେ ୯୬ ହଜାର ୧୭୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୩,୨୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯, ୫୬୧ ପିଲା ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୨୪, ୧୬୪ ପିଲା ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୨୮,୯୬୮ ପିଲା ପାସ୍ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୨.୨୩ % ରହିଥିବା ବେଳେ ଗଜପତିରେ ପାସ୍ ହାର ସର୍ବନିମ୍ନ ୪୩.୪୩% ରହିଛି । ଛାତ୍ରୀଙ୍କ ଅପେକ୍ଷା ଛାତ୍ରଙ୍କ ପାସ୍ ହାର ଅଧିକ ରହିଛି। ମୋଟ ୪୨, ୮୮୬ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୩୨୫ ଜଣ ଛାତ୍ରୀ ପାସ୍ କରିଛନ୍ତି ।

ଛାତ୍ରଛାତ୍ରୀ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ଏହି ଓ୍ବେବସାଇଟରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ରୋଲ ନଂ.. ସହ ରେଜିଷ୍ଟେଶନ ନଂ.. ଲେଖି ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ । ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ବୋଲି ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ।

ପଢନ୍ତୁ ;

କୋର୍ଟରୁ ଖସିଗଲା ସିରିଏଲ୍ କିଲର ! ୩ ପୁଲିସ ନିଲମ୍ବିତ

Related posts

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୪୫ ବଖରା ଘର

ENO Beuro

ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ

ENO Beuro

ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍, ଜଲଦି ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ

ENO Beuro

Leave a Comment