ଏ ବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ କରିଛନ୍ତି। ପାସହାର ଅଧିକ ଥିବାରୁ ସବୁ ପିଲା ଯୁକ୍ତ୨ ସିଟ ନ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଚଳିତ ବର୍ଷ ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ ବଢାଇବା ନେଇ ଚିନ୍ତା କରୁଛନ୍ତି ଶିକ୍ଷା ବିଭାଗ। ଜିଲାର ଆବଶ୍ୟକତାକୁ ଦେଖି ସିଟ ବଢ଼ାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶନିବାର ସୂଚନା ଦେଇଛନ୍ତି।
ସୂଚନାଅନୁସାରେ, ଚଳିତବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି। ମାତ୍ର ରାଜ୍ୟର କଲେଜଗୁଡ଼ିକରେ ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ୫ଲକ୍ଷ ୯ହଜାର ସିଟ ରହିଛି। ତେଣୁ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାର ସିଟ ବଢ଼ାଇବାକୁ ଚିନ୍ତା କରୁଛନ୍ତି।ତେଣୁ ଯୁକ୍ତ୨ ସିଟ ସଂଖ୍ୟା ନ ବଢ଼ିଲେ ଛାତ୍ରୀଛାତ୍ର ପସନ୍ଦ ମୁତାବକ କଲେଜରେ ପଢ଼ିବାକୁ ସୁଯୋଗ ପାଇବେ ନାହିଁ।ଯେଉଁ ଜିଲାରେ ଆବଶ୍ୟକ ପଡ଼ିବ ସେଠାରେ ସିଟ ସଂଖ୍ୟା ବଢାଯିବ। ପିଲାଙ୍କର କିଛି ଅସୁବିଧା ନ ହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।