News

ଟୋକିଓ ‘ମେକ ଇନ ଇଣ୍ଡିଆ’ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ଅନୁଷ୍ଠିତ ‘ମେକ ଇନ ଇଣ୍ଡିଆ:  ଆଫ୍ରିକାରେ ଭାରତ-ଜାପାନ ଭାଗୀଦାରୀତା ଓ ଡିଜିଟାଲ ଭାଗୀଦାରୀତା’ ଶୀର୍ଷକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ କେନ୍ଦ୍ର ସରକାର ବ୍ୟବସାୟ କରିବାର ସହଜତା ଏବଂ ନାଗରିକମାନଙ୍କ ଜୀବନ ଧାରଣ ସହଜତାରେ ଉନ୍ନତି ଆଣିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ଭାରତରେ ଜାପାନ କମ୍ପାନୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପରେ ଜାପାନ ଅଂଶୀଦାର ଥିବା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ଗତ 4 ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ ପ୍ରଦର୍ଶନର ସାମର୍ଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସେ କହିଲେ ଯେ ସମ୍ପ୍ରତି ଭାରତ ହେଉଛି ଦ୍ରୂତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା । ସେ ଅଣସଂଗଠିତରୁ ସଂଗଠିତ ଅର୍ଥବ୍ୟବସ୍ଥାକୁ ଗତି, ଡିଜିଟାଲ କାରବାର ଏବଂ ଜିଏସଟି ସମେତ ଭାରତୀୟ ଅର୍ଥନୀତିର ଅନ୍ୟାନ୍ୟ ପ୍ରମୁଖ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

modi

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା, ଦ୍ରୂତଗତିରେ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ବର୍ଗ ଏବଂ ଯୁବ ଜନସଂଖ୍ୟା ଜାପାନର ନିବେଶକମାନଙ୍କୁ ଅନେକ ନୂତନ ସୁଯୋଗ ପ୍ରଦାନ କରିଥା’ନ୍ତି । ଏ ପ୍ରସଙ୍ଗରେ ସେ  ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ମଧ୍ୟରେ କମ ଖର୍ଚ୍ଚରେ ନିର୍ମାଣ, ଆଇଟି ଶିଳ୍ପ ଏବଂ ଇଲେକ୍ଟ୍ରୋନିକ ମୋବିଲିଟି ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ଭାରତ ଓ ଜାପାନ ମଧ୍ୟରେ ଆଦାନ ପ୍ରଦାନ ହେଉଥିବା ମୂଲ୍ୟବୋଧ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଦକ୍ଷିଣ ଏସିଆ ଓ ଆଫ୍ରିକା ସମେତ ବିଶ୍ୱର ଅନ୍ୟାନ୍ୟ ଭାଗରେ ଉନ୍ନତ ଓ ଶକ୍ତିଶାଳୀ ବିକାଶ ଭାଗୀଦାରୀତାକୁ ବୃଦ୍ଧି କରିବେ ।

ପଢନ୍ତୁ;  ଚେହେରାର ଚମକ ବଢାଇଥାଏ କଦଳୀ ଚୋପା! ଜାଣନ୍ତୁ ଏହାର ବିଭିନ୍ନ ଗୁଣ ସମ୍ପର୍କରେ

Related posts

ଫାଇଲିନ ଓ ହୁଡୁହୁଡୁ ଅପେକ୍ଷା ତିତଲି ନେଲା ଅଧିକ ଜୀବନ

ENO Beuro

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

ଟ୍ୱିନସିଟିରେ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More