News

ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

“ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ମୁଁ ମର୍ମାହତ । ଆମେ ଜଣେ ସମ୍ମାନସ୍ପଦ ଓ ସୁପରିଚିତ ବ୍ୟକ୍ତିଙ୍କୁ ହରାଇଛୁ, ଯାହାଙ୍କ ସମାଜ ପ୍ରତି ସେବା ଅବିସ୍ମରଣୀୟ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ମୋର ସମବେଦନା।

modi

ପଞ୍ଜାବ ରାଜ୍ୟର ଶାନ୍ତି ଓ ପ୍ରଗତି ଲାଗି ଶ୍ରୀ ବଳରାମଜି ଦାସ ଟଣ୍ଡନ ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି । ଶିଳ୍ପ ଓ ଶ୍ରମିକ ବିକାଶ କ୍ଷେତ୍ରରେ ତାଙ୍କ ପ୍ରଶାସନିକ ଅନୁଭୂତି ରାଜ୍ୟକୁ ଅଧିକ ସମୃଦ୍ଧ କରିଛି । ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରିବାରେ ତାଙ୍କ ସାହାସ ପାଇଁ ସେ ସର୍ବଦା ମନେ ରହିବେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଢନ୍ତୁ;ଷ୍ଟେସନ ସ୍ୱଚ୍ଛତା ଉପରେ ତୃତୀୟ ପକ୍ଷ ସର୍ଭେ ରିପୋର୍ଟ ଉନ୍ମୋଚନ କଲେ ପିୟୁଷ ଗୋୟଲ

Related posts

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

ENO Beuro

ଖୁବଶୀଘ୍ର ଜଗା-ବଳିଆ ଓଡିଶା ଫେରିବେ !

ENO Beuro

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More