News

ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

pm

ପ୍ରଧାନମନ୍ତ୍ରୀ କହିଛନ୍ତି, “ମଦନ ଲାଲ ଖୁରାନା ଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ସେ ଦିଲ୍ଲୀର ପ୍ରଗତି ନିମନ୍ତେ ବିଶେଷ କରି ଉନ୍ନତ ଭିତ୍ତିଭୂମି ନିଶ୍ଚିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ସେ ଉଭୟ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପାଇଁ ନିଜକୁ ଜଣେ କଠିନ ପରିଶ୍ରମୀ ଏବଂ ଲୋକପ୍ରିୟ ପ୍ରଶାସକ ଭାବେ ପ୍ରତିପାଦିତ କରିଥିଲେ ।

ଦିଲ୍ଲୀରେ ବିଜେପିକୁ  ସେ ଯେପରି ଭାବେ ଶକ୍ତିଶାଳୀ କରି ଗଢ଼ିଥିଲେ ସେଥିପାଇଁ ଶ୍ରୀ ମଦନ ଲାଲ ଖୁରାନା ସବୁବେଳେ ମନେରହିବେ । ଦେଶ ବିଭାଜନ ପରେ ଦିଲ୍ଲୀରେ ଶରଣାର୍ଥୀମାନଙ୍କ ସେବା ଦିଗରେ ସେ ଦୃଢ଼ ପ୍ରୟାସ କରିଥିଲେ । ତାଙ୍କ ପରିବାର ଏବଂ ସମର୍ଥକମାନଙ୍କୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି ।”

ପଢନ୍ତୁ; ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ?ହୋଇପାରନ୍ତି ପ୍ରେମରେ ବିଫଳ

Related posts

ଭାରତରୁ ଖାଦ୍ୟ ପଦାର୍ଥ କ୍ରୟ କରିବେ ପଶ୍ଚିମ ୟୁରୋପ କମ୍ପାନୀ

ENO Beuro

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ENO Beuro

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More