• Home
  • News
  • କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
News

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। “କେ.କରୁଣାନିଧିଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଭାରତର ସେ ଜଣେ ବରିଷ୍ଠ ରାଜନେତା ଥିଲେ । ଆମେ ଏଭଳି ଜଣେ ତୃଣମୂଳ ସ୍ତରର ଜନନାୟକ, ମହାନ ଚିନ୍ତାନାୟକ, ସୁପ୍ରସିଦ୍ଧ ଲେଖକ ଏବଂ ଟାଣୁଆ ନେତାଙ୍କୁ ହରାଇଲୁ ଯାହାଙ୍କ ଜୀବନ ଗରିବ ଓ ନିଷ୍ପେସିତଙ୍କ କଲ୍ୟାଣ ଲାଗି ସମର୍ପିତ ଥିଲା।

କେ.କରୁଣାନିଧି କ୍ଷେତ୍ରୀୟ ଆକାଂକ୍ଷା ଏବଂ ରାଷ୍ଟ୍ରୀୟ ପ୍ରଗତି ପାଇଁ ସଦାସର୍ବଦା ଛିଡା ହେଉଥିଲେ। ତାମିଲ ଲୋକମାନଙ୍କ କଲ୍ୟାଣ ପାଇଁ ସେ ନିରବଛିନ୍ନ ଭାବେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଥିଲେ ଏବଂ ତାମିଲନାଡୁ ରାଜ୍ୟର ସ୍ଵରକୁ ସେ ଫଳପ୍ରଦ ଢଙ୍ଗରେ ଉପସ୍ଥାପିତ ହେବା ସୁନିଶ୍ଚିତ କରାଇଥିଲେ।

ବହୁବାର କେ.କରୁଣାନିଧିଙ୍କ ସହ ମତ ବିନିମୟ କରିବାର ସୁଯୋଗ ମୋତେ ମିଳିଥିଲା। ନୀତି ନିର୍ଦ୍ଧାରଣ ଉପରେ ତାଙ୍କର ପ୍ରଗାଢ ଜ୍ଞାନ ଓ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ଵ କରୁଣାନିଧୀଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିଲା । ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଦୃଢ ଭାବେ ସମର୍ପିତ ଥିଲେ । ଜରୁରୀକାଳିନ ପରିସ୍ଥିତିକୁ ଦୃଢ ବିରୋଧି ଭାବେ ସେ ଜଣାଶୁଣା।

ଏହି ଦୁଃଖଦ ମୁହୂର୍ତ୍ତରେ କରୁଣାନିଧିଙ୍କ ପରିବାର ଏବଂ ତାଙ୍କର ଅଗଣିତ ସମର୍ଥକଙ୍କ ପ୍ରତି ମୋର ସମବେଦନା। ଭାରତ ବିଶେଷକରି ତାମିଲନାଡୁ ରାଜ୍ୟ ଏହି ମହାନ ନେତାଙ୍କ ଅନୁପସ୍ଥିତିକୁ ସବୁବେଳେ ଉପଲବ୍ଧି କରିବ । ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କେ.କରୁଣାନିଧି କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ karuna

ପଢନ୍ତୁ;ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣାନ୍ତୁ ଏହି ଉପାୟ

Related posts

ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

Krishna Kumar Manoj

ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା

Krishna Kumar Manoj

ପ୍ରଧାନମନ୍ତ୍ରୀ କେରଳ ଗସ୍ତରେ ଯାଇ ସମୀକ୍ଷା କଲେ ରିଲିଫ ଓ ଉଦ୍ଧାର କାର୍ଯ୍ୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More