News

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

talcher

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଳଚେରରେ ଆସି ପଂହଞ୍ଚିଛନ୍ତି । ତାଳଚେରଠାରେ ସେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ଶୁଭାରମ୍ଭ କରିଛନ୍ତି । କୋଇଲା ବାଷ୍ପୀକରଣ ଆଧାରିତ ସାର ଉତ୍ପାଦନ ୟୁନିଟ ଭାବେ ଏହା ହେବ ଦେଶର ପ୍ରଥମ କାରଖାନା । ସାର ବ୍ୟତୀତ ଏହି ପ୍ଲାଂଟରୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ, ଯଦ୍ବାରା ଏହା ଦେଶର ଇନ୍ଧନ ଆବଶ୍ୟକତା ଦିଗରେ ମଧ୍ୟ ଯୋଗଦାନ କରିବ।

talcher

ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କ ସମେତ ରାଜ୍ୟପାଳ ଗଣେଷି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଢେଙ୍କାନାଳ-ଅନୁଗୁଳ ଏମ୍‌ପି ତଥାଗତ ସତପଥୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି। ୨୦୨୨ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ୨୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରର ଉଦ୍‌ଘାଟନ କରିବେ। ପରେ ମୋଦି ଅମଲିପାଲିଠାରେ ଆୟୋଜିତ ବିଶାଳ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ;ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

Related posts

ଉତ୍ତର ଭାରତରେ ପ୍ରବଳ ବର୍ଷା,୨ ମୃତ

ENO Beuro

ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ

Ratnamani Moharana

ପୁରୀରେ ବସ ଭିତରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ

Ratnamani Moharana

Leave a Comment