News

ଆନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିଜ୍ଞାନ ଭବନଠାରେ ଆୟୋଜିତ ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ (International Solar Alliance) ର ପ୍ରଥମ ଅଧିବେଶନକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଆଇଓଆରଏ ଅକ୍ଷୟ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ, ଏବଂ ଦ୍ୱିତୀୟ ବୈଶ୍ୱିକ ରି-ଇନଭେଷ୍ଟ (ଅକ୍ଷୟ ଶକ୍ତି ନିବେଶକମାନଙ୍କର ବୈଠକ ଏବଂ ପ୍ରଦର୍ଶନୀ) ର ଉଦଘାଟନକୁ ମଧ୍ୟ ଦର୍ଶାଏ ।

ଏହି ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 150 ରୁ 200 ବର୍ଷ ମଧ୍ୟରେ ମାନବଜାତି ଶକ୍ତିର ଆବଶ୍ୟକତା ପୂରଣ କରିବା ପାଇଁ ଜୀବାଷ୍ମ ଇନ୍ଧନ ଉପରେ ନିର୍ଭର କରୁଥିଲେ । ସେ କହିଥିଲେ ଯେ ଶକ୍ତି ସମାଧାନ କ୍ଷେତ୍ରରେ ପ୍ରକୃତି ଏବେ ସଙ୍କେତ ଦେଉଛି ଯେ ସୌର, ବାୟୁ ଏବଂ ଜଳ ଭଳି ବିକଳ୍ପ ଅଧିକ ପୋଷଣୀୟ । ଏହି ସନ୍ଦର୍ଭରେ ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭବିଷ୍ୟତରେ ଯେତେବେଳେ ଲୋକମାନେ ଏକବିଂଶ ଶତାବ୍ଦୀରେ ମାନବ ଜାତିର କଲ୍ୟାଣ ପାଇଁ ସ୍ଥାପିତ ସଂଗଠନଗୁଡିକର ଆଲୋଚନା କରିବେ ସେତେବେଳେ ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ, ସୂଚୀର ସର୍ବାଗ୍ରେ ଥିବ । ସେ କହିଥିଲେ ଯେ ପରିଶେବକୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏହା ହେଉଛି ଏକ ମହାନ ମଂଚ । ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ ଓପେକକୁ ଭବିଷ୍ୟତରେ ପ୍ରମୁଖ ବୈଶ୍ୱିକ ଶକ୍ତି ଯୋଗାଣକର୍ତ୍ତା ଭାବେ ପରିବର୍ତ୍ତିତ କରିପାରିବ।

modi ଆନ୍ତରାଷ୍ଟ୍ରୀୟ ଆନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ modi 1

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ଉପଯୋଗର ପ୍ରଭାବ ଏବେ ଭାରତରେ ଦେଖାଯାଉଛି । ସେ କହିଥିଲେ ଯେ ଭାରତ ଏକ କାର୍ଯ୍ୟ ଯୋଜନା ମାଧ୍ୟମରେ ପ୍ୟାରିସଠାରେ ହୋଇଥିବା ଚୁକ୍ତିର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛି । 2030 ମସିହା ସୁଦ୍ଧା ଅଣ ଜୀବାଷ୍ମ ଇନ୍ଧନ ଆଧାରିତ ଉତ୍ସ ଦ୍ୱାରା ଭାରତର ମୋଟ ଶକ୍ତି ଆବଶ୍ୟକତାର 40 ପ୍ରତିଶତ ଉତ୍ପନ୍ନ କରିବାର ଲକ୍ଷ୍ୟ ରଖିଛି । ସେ କହିଥିଲେ ଯେ ଭାରତ ‘ଦାରିଦ୍ର୍ୟରୁ ଶକ୍ତି’ ର ନୂତନ ଆତ୍ମବିଶ୍ୱାସ ସହିତ ଅଗ୍ରସର ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜୁଳି ଉତ୍ପାଦନ ସହିତ ବିଜୁଳି ଭଣ୍ଡାରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି ସନ୍ଦର୍ଭରେ ସେ ରାଷ୍ଟ୍ରୀୟ ଶକ୍ତି ଭଣ୍ଡାରଣ ମିଶନର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ମିଶନ ଜରିଆରେ ଆବଶ୍ୟକତା ସୃଷ୍ଟି, ସ୍ୱଦେଶୀ ନିର୍ମାଣ, ଅଭିନବୀକରଣ, ଏବଂ ଭଣ୍ଡାରଣ ଉପରେ ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସୌର ଏବଂ ପବନ ଶକ୍ତି ବ୍ୟତୀତ ବାୟୋମାସ, ଜୈବ ଇନ୍ଧନ ଏବଂ ଜୈବ ଶକ୍ତି ଉତ୍ପାଦନ ବୃଦ୍ଧି ଦିଗରେ ବିସ୍ତାରିତ କାର୍ଯ୍ୟକ୍ରମ ହାତକୁ ନେଇଛି । ଭାରତର ପରିବହନ ବ୍ୟବସ୍ଥାକୁ ସ୍ୱଚ୍ଛ ଇନ୍ଧନ ଆଧାରିତ କରିବା ଉପରେ ମଧ୍ୟ ପଦକ୍ଷେପ ନିଆଯାଉଛି । ଜୈବ ଅବଶିଷ୍ଟକୁ ଜୈବ ଇନ୍ଧନରେ ପରିବର୍ତ୍ତିତ କରି ଭାରତ ଏକ ଆହ୍ୱାନକୁ ଏକ ସୁଯୋଗରେ ପରିବର୍ତ୍ତିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଢନ୍ତୁ; ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

Related posts

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

Krishna Kumar Manoj

କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣା : ସ୍ଵାଧୀନତାର ୭୦ ବର୍ଷ ପରେ ଏଭଳି ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି

Krishna Kumar Manoj

ବିଶ୍ଵର ୪ର୍ଥ ଜନବହୁଳ ଦେଶ ହେବ ପାକ୍

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More