• Home
  • News
  • କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
News

କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଠମାଣ୍ଡୁଠାରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲିଙ୍କ ସହିତ ମିଳିତ ଭାବେ ପଶୁପତିନାଥ ଧର୍ମଶାଳା ଉଦଘାଟନ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଯେତେଥର ଏଠାକୁ ଆସିଛନ୍ତି କାଠମାଣ୍ଡୁ ଜନସାଧାରଣଙ୍କର ପ୍ରେମ ଓ ସ୍ନେହ ଅନୁଭବ କରିଛନ୍ତି । ସେ କହିଲେ ଯେ ଏପରି ନିବିଡତାର ଭାବ ଭାରତ ପାଇଁ ନେପାଳରେ ଦେଖାଯାଇଥାଏ । ପୂର୍ବରୁ ସେ ତାଙ୍କର ପଶୁପତିନାଥ ତଥା ନେପାଳର ଅନ୍ୟାନ୍ୟ ମନ୍ଦିର ଗସ୍ତ ସମ୍ବନ୍ଧରେ ସ୍ମରଣ କରିଥିଲେ।

ସେ କହିଥିଲେ ଯେ ଭାରତ ଓ ନେପାଳ ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କ ଉଭୟ ସମୟର ଅମାପ ଦୂରତାକୁ ଅତିକ୍ରମ କରିଆସିଛି। ଏହି ପ୍ରସଙ୍ଗରେ ସେ ପୁନଶ୍ଚ ପ୍ରକାଶ କରିଥିଲେ ଯେ ଏହି ଧର୍ମଶାଳାକୁ ଉଦଘାଟନ କରି ସେ ଆନନ୍ଦିତ ଅନୁଭବ କରୁଛନ୍ତି।

pm କାଠମାଣ୍ଡୁ କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ pm 1

ପ୍ରଧାନମନ୍ତ୍ରୀ କହିଲେ ଯେ ପଶୁପତିନାଥ, ମୁକ୍ତିନାଥ ଏବଂ ଜାନକୀଧାମର ମନ୍ଦିରଗୁଡ଼ିକ ନେପାଳର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଇଥା’ନ୍ତି ଏବଂ ଭାରତ ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିଥାଏ । ସେ ହିନ୍ଦୁ ଧର୍ମ ତଥା ବୌଦ୍ଧ ଧର୍ମର ସମୃଦ୍ଧ ପରମ୍ପରା ସମ୍ବନ୍ଧରେ ପ୍ରକାଶ କରିଥିଲେ, ଯାହାକି କାଠମାଣ୍ଡୁ ସହରରେ ପ୍ରତିଧ୍ୱନିତ ହୋଇଥାଏ । ସେ ମଧ୍ୟ ପ୍ରକାଶ କରିଥିଲେ ଯେ ଭାରତ ଓ ନେପାଳ ମଧ୍ୟରେ ବୌଦ୍ଧ ଧର୍ମ କିପରି ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କର ସେତୁ । ସେ କହିଲେ ଯେ ଉଭୟ ଦେଶ ସେମାନଙ୍କର ଗୌରବମୟ ଐତିହ୍ୟକୁ ନେଇ ଗର୍ବିତ।

ପ୍ରଧାନମନ୍ତ୍ରୀ ବିକାଶର ଆବଶ୍ୟକତା ବିଶେଷ କରି ସମାଜର ଦୁର୍ବଳ ଏବଂ ଅବହେଳିତ ବର୍ଗର ଜନସାଧାରଣଙ୍କ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ କହିଲେ ଯେ ଭାରତ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ନୂତନ ଉଚ୍ଚତାକୁ ଆରୋହଣ କରୁଛି ଏବଂ “ସବକା ସାଥ, ସବକା ବିକାଶ”ର ଅନ୍ତର୍ଦୃଷ୍ଟି ମଧ୍ୟ ନେପାଳର ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରୁଛି । ସେ କହିଲେ ଯେ ନେପାଳରେ ରାଜନୈତିକ ସ୍ଥିରତାକୁ ନେଇ ଭାରତ ଆନନ୍ଦିତ । ସେ କହିଲେ ଯେ ନେପାଳକୁ ସବୁବେଳେ ଭାରତଠାରୁ ସଦିଚ୍ଛା ଓ ସହଯୋଗ ମିଳିବ।

ପଢନ୍ତୁ; ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

Related posts

ମୁଖ୍ୟମନ୍ତ୍ରୀ: ଅକ୍ଟୋବର ୨ରୁ ଓଡ଼ିଶାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ

Krishna Kumar Manoj

ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର

Krishna Kumar Manoj

ପଙ୍ଖାରେ ଝୁଲିଲେ ପ୍ରେମିଯୁଗଳ : କୋଲକାତାରୁ ଆସି ରାଜଧାନୀରେ ଆତ୍ମହତ୍ୟା !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More