February 17, 2019

ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

pm

ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ୧୨୨ତମ ଜୟନ୍ତୀ ଅବସରରେ ଏହାକୁ ଉଦଘାଟନ କରାଯାଇଛି। ବୋଷ ଓ ଇଣ୍ଡିଆନ ନ୍ୟାସନାଲ ଆର୍ମୀ ଦ୍ୱାରା ଆରମ୍ଭ ହୋଇଥିବା ଏହି ମ୍ୟୁଜିୟମରେ ସୁଭାଷ ଚନ୍ଦ୍ର ବୋଷ ଓ ଆଇଏନଏ ସହ ଜଡ଼ିତ ସାମଗ୍ରୀର ପ୍ରଦର୍ଶନ କରାଯିବ। ଏଥିରେ ନେତାଜୀଙ୍କ ସ୍କୁଲ ଦିନର ଏକ ଗ୍ୟାଲେରୀ ମଧ୍ୟ ରହିଛି।

pm

କଂଗ୍ରେସ ସହ ତାଙ୍କର ଦିନ, ଇଂରେଜଙ୍କ ନଜରବନ୍ଦୀରୁ ଖସିବା, ଆଜାଦ ହିନ୍ଦ ଫୌଜ ଗଠନ ଏବଂ ଆଇଏନଏରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକା ପ୍ରସଙ୍ଗରେ ମଧ୍ୟ ଗ୍ୟାଲେରୀ ରହିଛି। ଗ୍ୟାଲେରୀରେ ବ୍ୟବହାର କରୁଥିବା ପୋଷାକ, ଖଣ୍ଡା, ପଦକ, ବ୍ୟାଜ ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନ ପାଇଛି।

ଡିସେମ୍ବର ୧୯୪୩ରେ ଆଇଏନ୍‌ଏର କମାଣ୍ଡର୍‌ ଭାବେ ନେତାଜୀ ଆଣ୍ଡାମାନ ଦ୍ୱୀପପୁଞ୍ଜ ଗସ୍ତକୁ ସ୍ମରଣ କରି ଗତ ବର୍ଷ ଡିସେମ୍ବର ୩୦ ତାରିଖ ଦିନ ଆଣ୍ଡାମାନ୍‌ର ତିନିଟି ଦ୍ୱୀପର ପୁନଃନାମକରଣ କରାଯାଇଥିଲା।

ପଢନ୍ତୁ;  ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି : ଆବାସ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More