News

ଖଲିସ୍ତାନୀ ଆତଙ୍କବାଦୀକୁ ରାତ୍ରିଭୋଜନ ପାଇଁ ଡାକି ବିବାଦରେ କାନାଡା ଦୂତାବାସ

ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଭେଟିଥିଲେ କାନାଡା ପିଏମଙ୍କ ପତ୍ନୀ ସୋଫି ଟ୍ରୁଡୋ

ଭାରତ ଗସ୍ତରେ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କୁ ନେଇ ବିବାଦ ଜୋର ଧରିଛି। ଏବେ ଟ୍ରୁଡୋଙ୍କ ପତ୍ନୀ ସୋଫି ଟ୍ରୁଡୋଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଫୋଟରେ ସୋଫି ଟ୍ରୁଡୋ ପ୍ରତିବନ୍ଧକ ଇଣ୍ଟରନ୍ୟାସନାଲ ଶିଖ୍ ଫେଡେରେସନରେ ସକ୍ରିୟ ଥିବା ଦୋଷୀ ଖାଲିସ୍ତାନୀ ଆତଙ୍କବାଦୀ ଜଶପାଲ ଅଟଓ୍ଵାଲଙ୍କ ସହିତ ରହିଛନ୍ତି। କାନାଡା ପିଏମଙ୍କ ପତ୍ନୀଙ୍କ ଏହି ଫଟୋ ମୁମ୍ବାଇରେ ଫେବୃଆରୀ ୨୦ରେ ଆୟୋଜିତ ଏକ କାର୍ୟ୍ୟକ୍ରମର ଅଟେ। ଏହା ବ୍ୟତୀତ ଜଶପାଲ ଅଟଓ୍ଵାଲଙ୍କୁ କାନାଡାର ପିଏମଙ୍କ ପାଇଁ ଆୟୋଜିତ ଔପଚାରିକ ଡିନରକୁ ନିମନ୍ତ୍ରିତ ମଧ୍ୟ କରାଯାଇଥିଲା।

ଖଲିସ୍ତାନି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ପରେ ତାଙ୍କ ଗସ୍ତକୁ ନେଇ ଭାରତ ସରକାର ବିଶେଷ ଉତ୍ସାହ ଦେଖାଉନାହାନ୍ତି । ବିବାଦକୁ ପ୍ରଶମିତ କରିବାକୁ ଟୁଡ୍ୟୁ ଙ୍କୁ ବାଧ୍ୟ ହୋଇ କହିବାକୁ ପଡିଥିଲା ଯେ ଭାରତର ଅଖଣ୍ଡତା ପ୍ରତି କାନାଡାର ସମର୍ଥନ ଅଛି । ଏହା ପରେ ହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ତାଙ୍କୁ ଭେଟିଥିଲେ । କିନ୍ତୁ ପୁଣି ଏକ ଘଟଣାକୁ ନେଇ ସଂଦେହ ଓ ବିବାଦ ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଏହି ପ୍ରସଙ୍ଗରେ ନିଜର ଉତ୍ତର ରଖି ରାତ୍ରି ଭୋଜନ କାର୍ୟ୍ୟକ୍ରମକୁକ ରଦ୍ଦ କରିଛନ୍ତି। ଏହି ନିମନ୍ତ୍ରଣ ଭାରତରେ କାନାଡାର ଉଚ୍ଚାୟୁକ୍ତ ପକ୍ଷରୁ କରାଯାଇଥିଲା। ଏହି ମାମଲାରେ ପିଏମଓର ମୁଖପାତ୍ର କହିଛନ୍ତି ଯେ ଉଚ୍ଚାୟୋଗ ଅଟଓ୍ଵାଲଙ୍କ ନିମନ୍ତ୍ରଣକୁ ରଦ୍ଦ କରିବା ପ୍ରକ୍ରିୟାରେ ଆରମ୍ଭ କରିଛନ୍ତି।

ଅଟଓ୍ଵାଲ ନିଷିଦ୍ଧ ଘୋଷିତ ଇଣ୍ଟରନାସନାଲ ଶିଖ ୟୁଥ ଫେଡେରେସନର ସଦସ୍ୟ ଥିଲା । ୧୯୮୬ରେ ଅଟଓ୍ଵାଲ ଓ ଆଉ ୪ଜଣ ପଂଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମଲକିଅତ ସିଂ ସିନ୍ଧୁଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗତ ୨୦ ତାରିଖରେ ଟ୍ରୁଡ୍ୟୁଙ୍କ ପତ୍ନୀଙ୍କ ସହ ଅଟଓ୍ଵାଲ ଉଠାଇଥିବା ଏକ ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ଫଳରେ କନାଡା ସରକାରଙ୍କ ଉଦ୍ଦେଶ୍ୟ ପ୍ରତି ପୁଣି ଥରେ ସଂଦେହ ସୃଷ୍ଟି ହୋଇଛି ।

ପଢନ୍ତୁ;

କେବଳ ଚା’ର ସ୍ଵାଦ ନୁହେଁ ସୁନ୍ଦରତା ମଧ୍ୟ ବଢାଇଥାଏ “ଅଦା” ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଘାଟି ତଳକୁ ଓଲଟିଲା ଟ୍ରକ: ୧୦ ମୃତ, ୩୨ ଆହତ

ENO Beuro

ନଭେମ୍ବର ପହିଲାରୁ ୫୬ଟି ଟ୍ରେନ୍‌ର ସମୟ ବଦଳିବ – ପୂର୍ବତଟ ରେଳପଥ

ENO Beuro

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

ENO Beuro

Leave a Comment