News

ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ର ଭାରତର ଅର୍ଥନୈତିକ ପ୍ରଗତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ଆମର ସଚେତନତାକୁ ପ୍ରତିଫଳିତ କରିବ । ସେ ମଧ୍ୟ କହିଥିଲେ ଯେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବ୍ୟବସାୟିକ ସୁଗମତା ଉପରେ ଗୁରୁତ୍ୱାରୋପ କରିବା ଲାଗି ସରକାରଙ୍କ ଲକ୍ଷ୍ୟର ଏହା ଅଂଶବିଶେଷ।

ଦେଶର ବିକାଶ ପାଇଁ କେନ୍ଦ୍ର ସରକାର ଅଭୂତପୂର୍ବ ଭାବେ ସଂଖ୍ୟାଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେ ଦୀର୍ଘତମ ସୁଡ଼ଙ୍ଗ, ଦୀର୍ଘତମ ଗ୍ୟାସ ପାଇପଲାଇନ, ସର୍ବବୃହତ ମୋବାଇଲ ଉତ୍ପାଦନ ୟୁନିଟ ଏବଂ ପ୍ରତିଟି ପରିବାରକୁ ବିଦ୍ୟୁତ ସଂଯୋଗ ସମେତ ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହା ନୂତନ ଭାରତର ସାମର୍ଥ୍ୟ, ସ୍ତର ଏବଂ ଗତିକୁ ପ୍ରତିଫଳନ କରୁଛି।

pm ପ୍ରଧାନମନ୍ତ୍ରୀ ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ pm 6

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ମିଳନୀ ଆୟୋଜନ ଲାଗି ବହୁ ରାଷ୍ଟ୍ର ଅଧିକ କ୍ଷମତାବିଶିଷ୍ଟ କେନ୍ଦ୍ର ନିର୍ମାଣ କରିଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଭାରତରେ ଏ ସମ୍ପର୍କରେ ଚିନ୍ତା କରାଯାଇନଥିଲା । ବର୍ତ୍ତମାନ ଏହା ବଦଳୁଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଦୃଢ଼ ସଂସ୍ଥାଗତ ଏବଂ ସାଂଗଠନିକ ସାମର୍ଥ୍ୟ ଜରିଆରେ ଆଗକୁ ବଢ଼ିଥାଏ, ଯାହା ବର୍ଷ ବର୍ଷ ପ୍ରୟାସରୁ ଫଳବତୀ ହୋଇଥାଏ । ସେ କହିଥିଲେ ଯେ ଏଥିପାଇଁ ସଠିକ ସମୟରେ ନିଷ୍ପତ୍ତି ନେବା ଏବଂ ଏହାକୁ ବିଳମ୍ବ ନକରି କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ।

ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଗତ ଅଢ଼େଇ ଦଶନ୍ଧି ଧରି ଏ ସମ୍ପର୍କରେ ଚିନ୍ତା କରାଯାଉଥିଲା, କିନ୍ତୁ କାର୍ଯ୍ୟକାରୀ ହେଉନଥିଲା । ତେବେ, ବର୍ତ୍ତମାନର ସରକାର ଦେଶର ସ୍ୱାର୍ଥ ପାଇଁ କଠୋର ନିଷ୍ପତ୍ତି ନେବାରେ ସଂକୋଚ ଅନୁଭବ କରିନଥିଲେ ବୋଲି ସେ ଦୋହରାଇଥିଲେ । ସେ କହିଥିଲେ ଯେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଥିବା କାରଣରୁ ଗତ ଚାରି ବର୍ଷ ମଧ୍ୟରେ ସାମଗ୍ରୀକ ପ୍ରଗତି ହୋଇପାରିଛି । ସେ କହିଥିଲେ ଯେ ବ୍ୟାପକ ଆହ୍ୱାନ ସତ୍ତ୍ୱେ ଅର୍ଥବ୍ୟବସ୍ଥା ଦୃଢ଼ ସ୍ଥିତିରେ ରହିଛି । “ବ୍ୟବସାୟିକ ସୁଗମତା” ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଥିଲେ ଯେ ସରକାର ଏହି ପ୍ରୟାସକୁ ଜିଲ୍ଲାସ୍ତରକୁ ନେବା ଦିଗରେ କାର୍ଯ୍ୟ କରୁଛନ୍ତି।

ପଢନ୍ତୁ;ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

Related posts

ଉତ୍ତରପ୍ରଦେଶର ରାଏବରେଲି ଏନଟିପିସିରେ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ଶତାଧିକ ଆହତ

Krishna Kumar Manoj

ଦୁର୍ବଳ ହେଲା ଲାଗୁଚାପ, ବର୍ଷା ପ୍ରଭାବ କମିବା ସହ ବଢିବ ଶୀତର ପ୍ରକୋପ

Krishna Kumar Manoj

ଜିଏସଟି ଦେଲା ନୂଆ ଉପହାର ,ଘର ଦାମ ହେଲା ଶସ୍ତା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More