POLITICALS

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କାଲି ପ୍ରଧାନମନ୍ତ୍ରୀ ଦିନିକିଆ ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାପରେ ପହଞ୍ଚିଥିଲେ ଭୁବନେଶ୍ବରରେ । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ଓହ୍ଲାଇବା ପରେ ଏକ ରୋଡ଼ ସୋ’ରେ ଯାଇ ବରମୁଣ୍ଡା ପଡ଼ିଆରେ ପହଞ୍ଚଥିଲେ ଏବଂ ସେଠାରେ ଉଦ୍‌ବୋଧନ ଦେଇଥିଲେ। ବିଜେଡ଼ି ସରକାର ଉପରେ ଶାଣିତ ଆକ୍ରମଣ  କରି ପ୍ରଧାନମନ୍ତ୍ରୀ କହିଲେ, ଭାରତ ମଜବୁତ ହେଲେ ଓଡିଶା ସସକ୍ତ ହେବ। ୨୦ ବର୍ଷ କାଳ ଗୋଟିଏ ଦଳ କ୍ଷମତାରେ ରହିଲା। ମାତ୍ର ନିଷ୍ଠ ଓ ବିକାଶ  ଅଭାବରୁ ବିକାଶ ଧିମେଇଛି। ଏଠାରେ ବିଜେଡ଼ି ସରକାର ସବୁ କାମରେ ପିସି ଖୋଜୁଛି। ତେଣୁ ବିକାଶ ଆଗକୁ ଯାଉନି।

ଲୋକଙ୍କ ମନ ଜିଣିବା ପାଇଁ ଖୋର୍ଦ୍ଧା ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗ ଉଠାଇଲେ ମୋଦି

ରବିବାର ରାତିରେ ଖୋର୍ଦ୍ଦା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଦୁବୃର୍ତ୍ତଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ବିଜେପି ନେତା ମଂଗୁଳି ଜେନାଙ୍କ ପ୍ରସଂଗ ପ୍ରଧାନମନ୍ତ୍ରୀ ମୋଦି ଉଠାଇଛନ୍ତି । ଭୁବନେଶ୍ବର ବରମୁଣ୍ଡାପଡାଆରେ ଆୟୋଜିତ ସଭାରେ ମୋଦି ସ୍ବର୍ଗତ ମଙ୍ଗୁଳି ଜେନାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ  କରିବା ସହ ରାଜ୍ୟରେ ବିଜେପି ସରକାର ଆସିଲେ ମୁଙ୍ଗୁଳି ଜେନାଙ୍କ ହତ୍ୟାକାରୀକୁ ଉଚିତ ଶାସ୍ତି ଦେବ ବୋଲି କହିଛନ୍ତି ।
ପଢନ୍ତୁ: ଭାରତର ବିଭିନ୍ନ ରାଜ୍ୟରେ ଝଡବାତ୍ୟା ନେଲା ୩୧ ଜୀବନ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ମୋଦି

Related posts

ରାଜନେତା ଓ ତାଙ୍କ ସମ୍ପତ୍ତିର ମୂଲ୍ୟ ଜାଣିଲେ ବିଶ୍ଵାସ ହେବନି

Ratnamani Moharana

ରାଜ୍ୟସଭା ଯିବେ ଅମର, ସସ୍ମିତ୍ ଓ ଅଶ୍ବିନୀ

Ratnamani Moharana

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

1 comment

Leave a Comment