News

ମହାରାଷ୍ଟ୍ର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ବସ ଦୁର୍ଘଟଣା ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ବସ ଦୁର୍ଘଟଣା ଜନିତ ଜୀବନହାନୀ ମୋତେ ବ୍ୟଥିତ କରିଛି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ମୋର ସମବେଦନା ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ,ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅମ୍ୱେନାଲି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ପ୍ରାୟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବସ୍‌ଟିରେ କୋଙ୍କଣ କୃଷି ବିଶ୍ୱବିଦ୍ୟାଳୟର ୩୮ ଜଣ କର୍ମଚାରୀ ଥିଲେ। ଏମାନେ ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ମହାବାଲେଶ୍ୱର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ମହାରାଷ୍ଟ୍ର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ ମହାରାଷ୍ଟ୍ର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ moddi

ପଢନ୍ତୁ;ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

Related posts

ଗାଡି ଚାଳକଙ୍କ ପାଇଁ ବଡ ଖବର : ଡିଏଲ୍‌ରେ ସଂଯୋଗ ହେବ ଆଧାର

ENO Beuro

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ପ୍ରେମିକା ନେଲା ପ୍ରେମିକର ଜୀବନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More