POLITICALS

ଦେଶ ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Modi On 2 Day Visit To Bhut 650x430

ରୁପେ କାର୍ଡର ହେବ ଶୁଭାରମ୍ଭ

କେତେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବା ନିମନ୍ତେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶନିବାର ଦିନ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଭୁଟାନ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।  ଭୁଟାନରେ ଅବସ୍ଥାପିତ ଭାରତୀୟ ରାଜଦୂତ ଋଚିରା କୁମାରଙ୍କ ଅନୁସାରେ ଦୁଇ ଦେଶ ମଧ୍ୟରେ ୧୦ଟି ଏମଓୟୁ ହସ୍ତାକ୍ଷର ହେବ। ଏହାବ୍ୟତୀତ ୫ଟି ଯୋଜନାର ଲୋକାର୍ପଣ ସାଙ୍ଗକୁ ରୁପେ କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କିଭଳି ଆହୁରି ମଜବୁତ ହେବ ତାହା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଦୁଇ ଦେଶ ।

Mobhu 300x208

ଗସ୍ତ ପୂର୍ବ ବିବୃତିରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ-ଭୁଟାନ ଭାଗିଦାରି ନୂଆଦିଲ୍ଲୀର ‘ପଡ଼ୋଶୀପଣିଆ ଆଗ’ ନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଗଠନ କରେ ଏବଂ ବିଶ୍ୱାସ ଜଗାଏ ଯେ ତାଙ୍କର ଦୁଇ ଦିନିଆ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସୁଖଦୁଃଖର ବନ୍ଧନକୁ ଦୃଢ଼ କରିବ।

ସୂଚନାଯୋଗ୍ୟ, ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଭୁଟନା ପ୍ରଧାନମନ୍ତ୍ରୀ ଡକ୍ଟର ଏଲ୍ ଶୋରିଂଗ  ସୋଶାଲ ମିଡିଆ ଫେସବୁକରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ଉପରେ ଏକ ପୋଷ୍ଟ କରିଥିଲେ। ଏଥିସହ ମୋଦିଙ୍କ ସରଳ ବ୍ୟକ୍ତିତ୍ୱ ଓ ଜୀବନଶୈଳୀକୁ ପ୍ରଶଂସା କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ କରି ଶେୟାର କରିଥିଲେ।

Modi With Bhutan Pm
Modi With Bhutan Pm

ପଢନ୍ତୁ: ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ହେବ ୭୫ ମିଟର ପର୍ଯ୍ୟନ୍ତ ଜାଗା

Related posts

ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା ଓ ୪୨ ବିଧାନସଭା ଲାଗି ହେବ ପ୍ରାର୍ଥୀପତ୍ର ଚୟନ

Ratnamani Moharana

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

ମହାରାଷ୍ଟ୍ରରେ ଏକା ଲଢିବ ବିଜେପି

ENO Beuro