• Home
  • News
  • ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ
News

ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ

ଦେଶରେ ପ୍ରଥମ ଆୟୁର୍ବେଦ ସଂସ୍ଥାନ ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଏହି ପ୍ରଥମ ଅଖିଳଭାରତୀୟ ଆର୍ୟୁବେଦ ସଂସ୍ଥାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ।  ଆୟୁର୍ବେଦ ଦିବସରେ ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ କରିଛନ୍ତି। ଏମ୍ସ ମାର୍ଗରେ ଅଖିଳଭାରତୀୟ ଆୟୁବେଦ ସଂସ୍ଥାନର ନିର୍ମାଣ କରାଯାଇଛି ।

ଏହି ଆୟୁର୍ବେଦ ସଂସ୍ଥାର ସ୍ଥାପନା ଆୟୁଷ ମନ୍ତ୍ରାଳୟ ଦ୍ୱାରା କରାଯାଇଛି। ଏହା ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ପ୍ରଣାଳୀ ମଧ୍ୟରେ ତାଳମେଳ ଆଣିବା କାମ କରିବ। ଏଆଇଆଇଏ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦ)ର ସ୍ଥାପନା ୧୦ ଏକର ଜମିରେ କରାଯାଇଛି । ଏଥିପାଇଁ ୧୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଏନଏବିଏଚ ଦ୍ୱାରା ମାନ୍ୟତା ପ୍ରାପ୍ତ ହସ୍ପିଟାଲ ଓ ଏଥିରେ ଏକ ଏକାଡେମୀ ବ୍ଲକ ରହିଛି ।

ମୋଦି କହିଛନ୍ତି- “ଆୟୁର୍ବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ। ଏଥିରେ ସାମାଜିକ ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ସ୍ୱାସ୍ଥ୍ୟ ମଧ୍ୟ ସାମିଲ ଅଛି। ଆଗକୁ ଦେଶର ପ୍ରତି ଜିଲ୍ଲାରେ ଆୟୁର୍ବେଦ ଚିକିତ୍ସାଳୟ ହେବ।”

ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ  ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ

ପଢନ୍ତୁ, ଗାଜିଆବାଦ ଜେଲ୍‌ରୁ ମୁକୁଳିଲା ବେଳେ ପ୍ରାପ୍ୟ ନେବାକୁ ମନା କଲେ ତଲୱାର ଦମ୍ପତି

Related posts

ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର

Krishna Kumar Manoj

କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

Krishna Kumar Manoj

ସର୍ବଭାରତୀୟ ପରିବହନ ଧର୍ମଘଟ ଡାକରା: ଆଜି ଗଡିବନି ଅଟୋ,ଟ୍ୟାକ୍ସି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More