News

ସଂସଦରେ ମୋଦୀଙ୍କ କୁନି ସାଙ୍ଗ

Tyt

କୁନି ଅତିଥିଙ୍କୁ ଭେଟିଲେ, ଗେଲ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବେଳେ ବେଳେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ । ମଙ୍ଗଳବାର ମଧ୍ୟ ମୋଦିଙ୍କୁ ସେହିଭଳି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ମୋଦି ତାଙ୍କ ଅଫିସରେ ପ୍ରତିଦିନ ବଡ଼ ବଡ଼ ନେତାଙ୍କୁ ସାକ୍ଷାତ କରନ୍ତି। ମୋଦିଙ୍କୁ ଭେଟୁଥିବା ଭିଆଇପିଙ୍କ ମଧ୍ୟରେ ବିଦେଶର ପ୍ରତିନିଧିମାନେ ମଧ୍ୟ ରହିଥାଆନ୍ତି। ହେଲେ ମଙ୍ଗଳବାର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଖାସ୍‌ ସାଙ୍ଗ  ଆସିଥିଲେ। ଆଜି ଅପରାହ୍ନରେ ମୋଦି ନିଜ ଇନଷ୍ଟାଗ୍ରାମ ପେଜରେ ଏକ କୁନି ଶିଶୁ  ସହ ଖେଳୁଥିବାର ଫଟୋ ପୋଷ୍ଟ କରିଛନ୍ତି । ଆଉ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଜଣେ ଖାସ୍ ବନ୍ଧୁ ମୋତେ ଦେଖା କରିବାକୁ ସଂସଦକୁ ଆସିଛନ୍ତି । ଏହି ଫଟୋରେ ମୋଦି କୁନି ବନ୍ଧୁଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି ।

Capture
Capture

ପ୍ରଧାନମନ୍ତ୍ରୀଙ୍କ ଇନଷ୍ଟଗ୍ରାମରେ ଆଜି ଏହି ଫଟୋ ଦେଖିବା ପରେ ସମସ୍ତଙ୍କ ମନରେ ବେଶ୍‌ କିଛି ପ୍ରଶ୍ନ ଉଙ୍କି ମାରିଥିଲା । ଏହାପରେ ସମସ୍ତଙ୍କ ମନରେ ଏହି କଥା ଆସିଥିଲା କି ଫଟୋଟିରେ ଥିବା କୁନି ଛୁଆଟି କିଏ ?ପ୍ରଧାନମନ୍ତ୍ରୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ବହୁ ଲୋକଙ୍କର ତୁରନ୍ତ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଛୁଆଟି ହେଉଛି ବିଜେପି ସାଂସଦ ସତ୍ୟନାରାୟଣ ଜଟିୟାଙ୍କ ନାତି ।ସଂସଦ ପରିସରକୁ ନିଜ ନାତି ସହ ସତ୍ୟନାରାୟଣ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟ କରାଇଥିଲେ । ଆଉ ମୋଦି ମଧ୍ୟ ସତ୍ୟନାରାୟଣଙ୍କ ନାତିକୁ କୋଳେଇ ନେବା ସହ ଚକୋଲେଟ ଦେଇ ବେଶ କିଛି ସମୟ ଖେଳିଥିଲେ ।

Capture

ଏହାପୂର୍ବରୁ ମଧ୍ୟ ମୋଦିଙ୍କୁ ଅନେକ ସମୟରେ ଛୋଟ ଛୁଆଙ୍କ ସହ ଦେଖିବାକୁ ମିଳିଛି । ଅଗଷ୍ଟ ୧୫ରେ ପ୍ରୋଟୋକଲ ଭାଙ୍ଗି ଛୁଆଙ୍କୁ ଭେଟିବା ହେଉ ଅବା ରାକ୍ଷୀ ପୂର୍ଣ୍ଣିମାରେ କୁନି ଝିଅଙ୍କ ହାତରୁ ରାକ୍ଷୀ ବାନ୍ଧିବା । ଅନେକ ସମୟରେ ଛୋଟ ଛୁଆଙ୍କ ମୋଦିଙ୍କ ଫଟୋ ଭାଇରାଲ ହୋଇଛି । ଏହାପୂର୍ବରୁ ଜାପାନ ଗସ୍ତ  ସମୟରେ ମଧ୍ୟ ମୋଦିଙ୍କର ଏକ ମଜାଳିଆ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଏକ ଛୋଟ ଛୁଆର କାନ  ମୋଦି ଟାଣୁଥିବାର ନଜର ଆସିଥିଲେ ।

Bwv0k7uccaawlff 072319034729
Bwv0k7uccaawlff 072319034729

ପଢନ୍ତୁ: କର୍ଣ୍ଣାଟକରେ ସାରିଲା ସ୍ୱାମୀ ସରକାର

Related posts

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Moharana

ପଞ୍ଜାବ ସୀମାରେ ପାକିସ୍ତାନୀ ଗୁପ୍ତଚର

Ratnamani Moharana

ସ୍ୱଦେଶୀ ଜାଗରଣ ମଞ୍ଚର ଦାବି: ଚୀନକୁ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ବାଦ ଦିଆଯାଉ

Ratnamani Moharana

Leave a Comment