ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

ନିଜ ଦେଶର ମହିଳାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରିଷ୍ଟିଆନେ ଲାଗାର୍ଡ ଏଭଳି ପ୍ରତିକ୍ରିୟା ରଖିଛନ୍ତି।ଜମ୍ମୁ ଓ କଶ୍ମୀରର କାଠୁଆ ଏବଂ ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଘଟିଯାଇଥିବା ଘୃଣ୍ୟ ଦୁଷ୍କର୍ମ ମାମଲା ଦେଶବ୍ୟାପୀ ଅସନ୍ତୋଷ ଦେଖା ଦେଇଥିବା ସମୟରେ ସେ ଏ ଭଳି କଠୋର ମନ୍ତବ୍ୟ ଦେଇଛନ୍ତି।

ସେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଭାରତରେ ଯାହା ଘଟିଯାଇଛି ତାହା ଘୃଣ୍ୟ। ଭାରତ ସରକାର ଏବଂ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।

ଗତ ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଭାରତୀୟ ମହିଳାଙ୍କ ବିଷୟରେ କିଛି ନଥିଲା । ଯେଉଁଥିପାଇଁ ତାଙ୍କୁ ପ୍ରଶ୍ନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ଅବଶ୍ୟ ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ଭାରତୀୟ ମୁଦ୍ରା ପାଣ୍ଠିର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଏକ ଅନ୍ତର୍ଜାତୀୟ ସଂସ୍ଥାର ମୁଖ୍ୟଙ୍କ ଏଭଳି ଚିନ୍ତାଜନକ ଟିପ୍ପଣୀ ନିଶ୍ଚିତ ଭାବେ ମୋଦି ସରକାରଙ୍କ ଭାବମୂର୍ତ୍ତି ଉପରେ ଏକ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଯାହା କେନ୍ଦ୍ର ସରକାରଙ୍କୁ ସମାଲୋଚନା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଥିବା କୁହାଯାଉଛି।

ପଢନ୍ତୁ; ପିସିସିର ନବକଳେବର : ନିରଞ୍ଜନ ପଟ୍ଟନାୟକ ନୂଆ ସଭାପତି!

ଗତ ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଭାରତୀୟ ମହିଳାଙ୍କ ବିଷୟରେ କିଛି ନଥିଲା । - 4.4

87%

ଯାହା କେନ୍ଦ୍ର ସରକାରଙ୍କୁ ସମାଲୋଚନା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଥିବା କୁହାଯାଉଛି। - 4.6

91%
4.5/5

Very Good!

ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

ନିଜ ଦେଶର ମହିଳାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରିଷ୍ଟିଆନେ ଲାଗାର୍ଡ ଏଭଳି ପ୍ରତିକ୍ରିୟା ରଖିଛନ୍ତି।ଜମ୍ମୁ ଓ କଶ୍ମୀରର କାଠୁଆ ଏବଂ ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଘଟିଯାଇଥିବା ଘୃଣ୍ୟ ଦୁଷ୍କର୍ମ ମାମଲା ଦେଶବ୍ୟାପୀ ଅସନ୍ତୋଷ ଦେଖା ଦେଇଥିବା ସମୟରେ ସେ ଏ ଭଳି କଠୋର ମନ୍ତବ୍ୟ ଦେଇଛନ୍ତି।

No Votes Yet

You're not rated yet