News

ଦିଲ୍ଲୀଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

pm

ନୂଆଦିଲ୍ଲୀରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର

ଶ୍ରୀନଗରରୁ ସ୍ବତନ୍ତ୍ର ବିମାନଯୋଗେ ସହିଦମାନଙ୍କ ପାର୍ଥିବ ଶରୀର ନୂଆଦିଲ୍ଲୀରେ ପହଞ୍ଚିଲା। ପାଲମ୍ ଏୟାରପୋର୍ଟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲମ୍ ବିମାନ ବନ୍ଦରରେ ସହିଦ୍ ବୀର ପୁତ୍ରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆସନ୍ତା କାଲି ସହୀଦ୍ ଯବାନଙ୍କ ଅନ୍ତିମ ସଂସ୍କାର କରାଯିବ । ଦେଶର 40 ଯବାନ ପାକିସ୍ତାନ ଦ୍ୱାରା ଆୟୋଜିତ ଆତଙ୍କୀ ଆକ୍ରମଣରେ ସହୀଦ୍ ହୋଇଗଲେ।

ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ , ପ୍ରତିରକ୍ଷାମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ସେନାମୁଖ୍ୟ, ବହୁ ବରିଷ୍ଠ ମନ୍ତ୍ରୀ ମଧ୍ୟ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସହିଦଙ୍କୁ ଏଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଗୁରୁବାର ହୋଇଥିବା ବର୍ବର ଆତଙ୍କୀ ଆକ୍ରମଣରେ ଦେଶର 40 ବୀର ପୁତ୍ର ସହୀଦ ହୋଇଗଲେ । ଏଥିରେ 2ଜଣ ଓଡିଆ ଯବାନ ମଧ୍ୟ ରହିଛନ୍ତି ।

ପଢନ୍ତୁ;  ପୁଲ୍‌ଓ୍ଵାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଆଜାହରଙ୍କ ପୁତୁରା ‘ମହମ୍ମଦ ଉମର’

Related posts

କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ

Ratnamani Moharana

ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ

ENO Beuro

‘ମଦରକପ୍’ ଅର୍ଚ୍ଚନା , ଡ୍ୟୁଟି ସହ କରିବାକୁ ପଡୁଛି ମା’ର କର୍ତ୍ତବ୍ୟ

ENO Beuro

Leave a Comment