News

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

By ENO Beuro

September 03, 2018

ଉପରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କଲେ ଏମ୍‍. ଭେଙ୍କିୟା ନାଇଡୁ

ଉପରାଷ୍ଟ୍ରପତି ଭାବେ ଭେଙ୍କିଆ ନାଇଡୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ‘ମୁଭିଂ…ଅନ୍‍ ମୁଭିଂ ଫର୍‍ୱାର୍ଡ: ଏ ଇଅର ଇନ୍‍ ଅଫିସ’ ଶୀର୍ଷକ ୨୪୫ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ନାଇଡୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ବିଗତ ଏକ ବର୍ଷ ମଧ୍ୟରେ ସାଉଁଟିଥିବା ଅନୁଭୁତି ଓ ଉପଏବ୍ଧିକୁ ବର୍ଣ୍ଣାନା କରିଛନ୍ତି।

ପୁସ୍ତକଟିକୁ ମୋଦୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଦେବେଗୌଡା, ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ଏବଂ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଅନାବରଣ କରିଥିଲେ। ପୁସ୍ତକଟିରେ ନାଇଡୁ ଲେଖିଛନ୍ତି, ୨୦୧୭ ଅଗଷ୍ଟ ୧୧ରେ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ୪ଟି ପ୍ରମୁଖ ପ୍ରସଙ୍ଗରେ ଦେଶବ୍ୟାପୀ ବିଭିନ୍ନ ହିତାଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ ନିମନ୍ତେ ସେ ସମଗ୍ର ଦେଶ ପରିଭ୍ରମଣ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି। ବିଶେଷକରି ସଂସଦ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରାଯିବାକୁ ନେଇ ସେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ଆଜିକାଲି ଅନୁଶାସନ ଓ ଶୃଙ୍ଖଳା କଥା କହିଲେ, ଆପଣଙ୍କୁ ‘ସ୍ୱେଚ୍ଛାଚାରୀ’ ଏବଂ ‘ଅଗଣତାନ୍ତ୍ରିକ’ ବୋଲି କୁହାଯାଉଛି। କିନ୍ତୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପ୍ରଶଂସା କରି ମୋଦୀ କହିଛନ୍ତି, ଭେଙ୍କୟା ଅନୁଶାସନକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସେ ଗୃହ ପରିଚାଳନା କରୁଛନ୍ତି।

ପଢନ୍ତୁ;ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ