News

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନିକଟରେ ପରଲୋକ ଗମନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଜୀବନ କେତେ ଲମ୍ବା ହେବ ତାହା ଆମ ହାତରେ ନାହିଁ, କିନ୍ତୁ ଆମ ଜୀବନ କିଭଳି ହେବ ତାହା ଆମେ ନିର୍ଦ୍ଧାରଣ କରିପାରିବା । ଜୀବନ କିଭଳି ହେବା ଉଚିତ ଏବଂ ଏହାର ଉଦ୍ଦେଶ୍ୟ କ’ଣ ହେବା ଉଚିତ ତାହା ଅଟଳ ଜୀ ନିଜ ଜୀବନ କାଳରେ ପ୍ରଦର୍ଶିତ କରିଥିଲେ । ଅଟଳ ଜୀ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସାଧାରଣ ଲୋକଙ୍କ ପାଇଁ ବଂଚୁଥିଲେ ବୋଲି ସେ କହିଥିଲେ । ଯୁବାବସ୍ଥା ଠାରୁ ଆରମ୍ଭ କରି ଶାରୀରିକ ଭାବେ ସକ୍ଷମ ଥିବା ପର୍ଯ୍ୟନ୍ତ ସେ ଦେଶ ପାଇଁ ବଂଚିଥିଲେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅଟଳଜୀ ଦେଶବାସୀ, ନିଜ ଆଦର୍ଶ ଏବଂ ସାଧାରଣ ଜନତାଙ୍କ ଆଶାଆକାଂକ୍ଷା ପୂରଣ ପାଇଁ ନିଜ ଜୀବନ ବିତାଇଥିଲେ।

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ପ୍ରଥମ ଥର କେନ୍ଦ୍ରରେ ଯେତେବେଳେ ଅଟଳ ଜୀ ସରକାର ଗଠନ କଲେ, କେହି ତାଙ୍କୁ ସମର୍ଥନ ଜଣାଇବା ପାଇଁ ଇଚ୍ଛା ପ୍ରକଟ କଲେ ନାହିଁ ଏବଂ ସରକାର ମାତ୍ର ୧୩ ଦିନରେ ଭାଙ୍ଗିଯାଇଥିଲା । କିନ୍ତୁ ଅଟଳ ଜୀ ନିରାଶ ହୋଇନଥିଲେ ଏବଂ ଲୋକମାନଙ୍କ ସେବା ପ୍ରତି ସମର୍ପିତ ରହିଥିଲେ । ମେଣ୍ଟ ରାଜନୀତିକୁ ସେ ମାର୍ଗ ଦେଖାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

modi ସ୍ମୃତି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ n

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶ୍ମୀର ଉପରେ ବିଶ୍ୱର ଅବଧାରଣାକୁ ବାଜପେୟୀ ଜୀ ବଦଳାଇ ଦେଇଥିଲେ । ସେ ଆତଙ୍କବାଦ ପ୍ରସଙ୍ଗ ଉଲ୍ଲେଖ କରିଥିଲେ ଏବଂ ବିଶ୍ୱସ୍ତରରେ ଏହାକୁ କେନ୍ଦ୍ରସ୍ଥଳକୁ ଆଣିପାରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଜୀ ସବୁଦିନ ପାଇଁ ପ୍ରେରଣା ହୋଇ ରହିବେ । ସେ ଏକ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ରାଜନୀତି ଏବଂ ସାଧାରଣ ଜୀବନ ଠାରୁ ଦୂରରେ ରହିଥିଲେ, ତଥାପି ତାଙ୍କର ବିୟୋଗରେ ଅନେକ ଲୋକ ଶୋକରେ ଅଧୀର ହୋଇପଡ଼ିଲେ । ଏହା ତାଙ୍କ ମହାନତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯୁବ କୁସ୍ତି ଖେଳାଳୀ ବଜରଙ୍ଗ ପୁନିଆ ଜୀବନରେ କେବେ ବି ଅଟଳ ଜୀଙ୍କୁ ଭେଟିନଥିଲେ ମଧ୍ୟ ଗତକାଲି ଏସୀୟ କ୍ରୀଡ଼ାରେ ସେ ଜିତିଥିବା ସ୍ୱର୍ଣ୍ଣ ପଦକ ଅଟଳ ଜୀଙ୍କ ସ୍ମୃତିରେ ଉତ୍ସର୍ଗ କରିଥିଲେ । ଏଣୁ ଜଣେ ମଣିଷ କେତେ ଅଧିକ ଉଚ୍ଚତା ଏବଂ କେତେ ଅଧିକ ସଫଳତା ହାସଲ କରିପାରେ, ଏହା ତାର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ପଢନ୍ତୁ;ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

Related posts

ମହାନଦୀରେ ଭାସିଗଲେ ହାତୀ ପଲ

ENO Beuro

ଆଜି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର

ENO Beuro

‘ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ’ ,ଦ୍ୱିତୀୟ ଥର ହେବନି ଯାଞ୍ଚ୍‌ :ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More