News

ପ୍ରଧାନମନ୍ତ୍ରୀ କେରଳ ଗସ୍ତରେ ଯାଇ ସମୀକ୍ଷା କଲେ ରିଲିଫ ଓ ଉଦ୍ଧାର କାର୍ଯ୍ୟ

modi

ପ୍ରଭାବିତ ପରିବାରଙ୍କ ତାଲିକା ଶୀଘ୍ର ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ

ବନ୍ୟା ଯୋଗୁଁ ରାଜ୍ୟରେ ଘଟିଥିବା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଆଜି କେରଳ ଗସ୍ତ କରିଛନ୍ତି। ଏକ ସମୀକ୍ଷା ବୈଠକ ପରେ ସେ ରାଜ୍ୟର ବର୍ଷା ଓ ବନ୍ୟା ପ୍ରଭାବିତ କେତେକ ଅଂଚଳର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ । ଆକାଶ ମାର୍ଗରେ ସର୍ଭେକ୍ଷଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ସେଠାକାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ କେଜେ ଆଲଫୋନ୍ସ ଏବଂ ଅନ୍ୟ ପଦାଧିକାରୀମାନେ ଥିଲେ।

ବନ୍ୟା ଯୋଗୁ ଘଟିଥିବା ଧନଜୀବନ କ୍ଷତିକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ଏବଂ ଶୋକ ପ୍ରକାଶ କରିଥିଲେ।

କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ବନ୍ଧରେ ବିସ୍ତୃତ ସମୀକ୍ଷା କରିଥିଲେ।

ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ୫୦୦କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ହେଉଛି ୧୨/୮/୨୦୧୮ ରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦କୋଟି ଟଙ୍କା ବାଦ୍ ଅତିରିକ୍ତ ସହାୟତା । ସେ ମଧ୍ୟ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ଅନୁରୋଧ ମୁତାବକ ଖାଦ୍ୟଶସ୍ୟ ଏବଂ ଔଷଧ ସହିତ ରିଲିଫ ସହାୟତା ପ୍ରଦାନ କରାଯିବ।ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦୦୦୦ ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।

modi

ରାଜ୍ୟକୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି । ଉଦ୍ଧାର ତଥା ରିଲିଫ କାର୍ଯ୍ୟରେ ମୋଟ ୩୮ଟି ହେଲିକପ୍ଟରକୁ ମୁତୟନ କରାଯାଇଛି । ଏଥିସହିତ ବିଭିନ୍ନ ସାମଗ୍ରୀର ପରିବହନ ପାଇଁ ୨୦ଟି ବାୟୁଯାନର ବ୍ୟବହାର କରାଯାଉଛି । ସେନା ୧୦କଲମ ଏବଂ ୧୦ଟି ଇଞ୍ଜିନିୟରିଂ ଟାସ୍କ ଫୋର୍ସ ଦଳକୁ ମୁତୟନ କରିଛି ଏବଂ ଏଥିରେ ପାଖାପାଖି ୭୯୦ ଜଣ ତାଲିମପ୍ରାପ୍ତ କର୍ମଚାରୀ ସାମିଲ ଅଛନ୍ତି । ନୌସେନା ୮୨ଟି ଦଳ ମୁତୟନ କରିଛି । କୋଷ୍ଟଗାର୍ଡ଼ର ୪୨ଟି ଦଳ କାମ କରିବା ସହିତ ୨ଟି ହେଲିକପ୍ଟର ଏବଂ ୨ଟି ଜାହାଜ ସାମିଲ ଅଛନ୍ତି ।

ଅଗଷ୍ଟ ୯ତାରିଖରୁ ଏନଡିଆରଏଫ, ସେନା ଏବଂ ନୌସେନା ମିଳିତ ଭାବେ ୬୭୧୪ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର ତଥା ରକ୍ଷା କରିବା ସହିତ ୮୯୧ ଜଣ ବ୍ୟକ୍ତିଙ୍କୁ ମେଡିକାଲ ସହାୟତା ପ୍ରଦାନ କରିଛନ୍ତି। ଏପରି ଭୟଙ୍କର ଦୁର୍ବିପାକଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ବନ୍ୟାଜଳ ଘେରରେ ଥିବା ଜନସାଧାରଣଙ୍କୁ ଉଦ୍ଧାର କରିବାକୁ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ଅନୁଧ୍ୟାନ ବେଳେ ଜାଣିପାରିଛନ୍ତି । ରାଜ୍ୟ ସରକାରଙ୍କୁ ତାଙ୍କର ସମସ୍ତ ଉଦ୍ୟମରେ କେନ୍ଦ୍ର ସରକାର ସମର୍ଥନ ପ୍ରଦାନ କରିବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇଛନ୍ତି।

ପଢନ୍ତୁ; ଅଧା ଓଡିଶାରେ ଆଜି ଢାଳିବ,୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ

Related posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ENO Beuro

ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା : ସୁରତରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ଓଡ଼ିଶାର !

ENO Beuro

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

Leave a Comment